ବିଟ୍ ଜୁସ୍ ପିଇବାର ଲାଭ

0

ପ୍ରାତଃ ଭ୍ରମଣ ପରେ ଆମେ ଅ​‌ନେକ ପ୍ରକାରର ଜୁସ୍ ପିଇଥାଉ। କିନ୍ତୁ ପ୍ରାତଃ ଭ୍ରମଣ ପରେ ବିଟ୍ ଜୁସ୍ ପିଇବା ଦ୍ବାରା ଶରୀରର ଅନେକ ଉପକାର ହୋଇଥାଏ। ବିଟ୍ ଜୁସ୍ ପିଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରୋଲର ସ୍ତର ନିୟନ୍ତ୍ରିତ ହୋଇଥାଏ। ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ। ବିଟ୍ ଜୁସ୍ ପିଇବା ଦ୍ବାରା ପେଟ ଜନିତ ସମସ୍ୟାରୁ ରକ୍ଷା ମିଳିଥାଏ। ଏହାସହ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଗୁଡିକ ଠିକ ଭାବେ କାର୍ଯ୍ୟକ୍ଷମ ହୋଇଥାଏ। ନିୟମିତ ଭାବେ ଏହି ଜୁସ୍ ପିଇବା ଦ୍ବାରା ରକ୍ତରେ ଥିବା ଦୂଷିତ ପଦାର୍ଥ ବାହାରକୁ ବାହାରି ଯାଇଥାଏ। ରକ୍ତ ବିଶୁଦ୍ଧ ହେବା ଦ୍ବାରା ମୁହଁରେ ଚମକ ଆସିଥାଏ। ବିଟରେ ପ୍ରଚୁର ପରିମାଣରେ ଭିଟାମିନ ସି, ସିଲିକା, ଫଲିକ ଏସିଡ ଓ ପୋଟାସିୟମ ରହିଛି। ଏହାକୁ ପ୍ରତ୍ୟେକ ଦିନ ଜୁସ୍ ଭାବେ ପିଇବା ଦ୍ବାରା ମନ ପ୍ରଫୁଲ୍ଲ ରହିଥାଏ। ଏହା ମେଦବହୁଳତା ପରି ସମସ୍ୟାରୁ ଦୂରେଇ ରଖିଥାଏ। ହୃଦଘାତ ପରି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।

Leave A Reply