ଜାଣନ୍ତୁ, କେଉଁ ଖେଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ

0

ଖେଳକୁଦ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଏହା କେବଳ ମନୋରଞ୍ଜନ ପାଇଁ ନୁହେଁ ବରଂ ଆମର ମାନସିକ ଏବଂ ଶାରିରୀକ ବିକାଶ ପାଇଁ ବହୁତ ଜରୁରୀ ଅଟେ। ବହୁ ଲୋକଙ୍କୁ ମଧ୍ୟ ନିଜ ଘରର ପରିସର ମଧ୍ୟରେ ବିଭିନ୍ନ ଖେଳ ଖେଳିବାକୁ ଖୁବ ପସନ୍ଦ ହୋଇଥାଏ। ଘରେ ଖେଳୁଥିବା ବିଭିନ୍ନ ଖେଳ ଶରୀରକୁ ସୁସ୍ଥ ଓ ଫୂର୍ତ୍ତି ରଖିବାରେ ବହୁତ ସହାୟକ ହୋଇଥାଏ। ଜାଣନ୍ତୁ ଘରେ ଖେଳୁଥିବା କେଉଁ ଖେଳ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଅଟେ….

ଟେବୁଲ ଟେନିସ-
ଏହି ଖେଳକୁ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସଭିଏଁ ଖେଳିପାରିବେ। ଏହା ଏକ ଉତ୍ତମ ବ୍ୟାୟାମ ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଶରୀରରୁ କ୍ୟାଲୋରୀ କମ୍ କରିବା ପାଇଁ ଏହି ଖେଳ ଏକ ସହଜ ମାଧ୍ୟମ ଅଟେ। ଏହି ଖେଳରେ କ୍ଷତ ହେବାର ସମ୍ଭାବନା ଖୁବ କମ ଥାଏ। ଏକାଗ୍ରତା ବଢିଥାଏ।

ଦୌଡ଼ି ଡ଼ିଆଁ –
ଏହି ଖେଳ ପାଇଁ କେବଳ ଏକ ଦୌଡ଼ିର ଆବଶ୍ୟକତା ରହିଛି। ୧୦ ମିନିଟ ପର୍ଯ୍ୟନ୍ତ ଦୌଡ଼ି ଡେଇଁବା ୮ ମିନିଟ ପର୍ଯ୍ୟନ୍ତ ଦୌଡ଼ିବା ସହ ସମାନ। ଏହି ଖେଳ ଖେଳିବା ଦ୍ୱାରା ହାଡ଼ ଶକ୍ତ ରହିଥାଏ। ରକ୍ତସଞ୍ଚାଳନ ମଧ୍ୟ ଭଲ ଭାବେ ହୋଇଥାଏ। ମସ୍ତିଷ୍କ ପାଇଁ ଏହା ଏକ ଉତ୍ତମ ବ୍ୟାୟାମ ଅଟେ। ଏହି ଖେଳ ଦ୍ୱାରା ଓଜନ କମିଥାଏ।


କ୍ୟାରମ –
କ୍ୟାରମକୁ ଏକାଗ୍ରଚିତ୍ତରେ ଖେଳିବାକୁ ପଡ଼ିଥାଏ। ଏହି ଖେଳ ଦ୍ୱାରା ଧୈର୍ଯ୍ୟ ଶକ୍ତି, ବୁଦ୍ଧିର ବିକାଶ ହୋଇଥାଏ। ପ୍ରତ୍ୟେକ କାର୍ଯ୍ୟର ସଠିକ ସମୟ ଥାଏ ଓ ଠିକ ସମୟ ଅନୁଯାୟୀ ନିର୍ଣ୍ଣୟ ନେବା ଆବଶ୍ୟକ ବୋଲି ଏହି ଖେଳରୁ ହିଁ ଅନୁଭବ ହୋଇଥାଏ।


ଚେସ –
ମସ୍ତିଷ୍କକୁ ସୁସ୍ଥ ରଖିବା ଦ୍ୱାରା କାର୍ଯ୍ୟ କରିବାର କ୍ଷମତା ବୃଦ୍ଧି ହୋଇଥାଏ। ମାନସିକ ସ୍ଥିତିର ବିକାଶ ପାଇଁ ଏହା ସର୍ବୋତ୍ତମ ଖେଳ ଅଟେ। ଏହା ଚିନ୍ତା କରିବାର ଶକ୍ତିକୁ ବଢାଇଥାଏ। ପିଲାମାନେ ଏହି ଖେଳକୁ ଖେଳିବା ଦ୍ୱାରା ତାଙ୍କ ବୃଦ୍ଧିର ବିକାଶ ହୋଇଥାଏ।

Leave A Reply