ମେଦବହୁଳତା ସମସ୍ୟା

0

ଓଜନ ବୃଦ୍ଧି ଓ ମୋଟାପଣ ବର୍ତ୍ତମାନ ବିଶ୍ବର ପ୍ରମୁଖ ପ୍ରାନ୍ତର ଯୁବପିଢ଼ିଙ୍କ ଏକ ମୁଖ୍ୟ ସମସ୍ୟା ହୋଇଛି। ପ୍ରତ୍ୟେକ ବର୍ଗର ଲୋକଙ୍କୁ ବିଭିନ୍ନ ମାଧ୍ୟମ ଜରିଆରେ ସଚେତନ କରାଯାଉଛି କିନ୍ତୁ ଲୋକେ ଫାଷ୍ଟଫୁଡ୍ ଓ ମୃଦୁପାନୀୟ ମୋହରୁ ନିଜକୁ ମୁକୁଳାଇ ପାରୁନାହାନ୍ତି। ନିକଟରେ ଆମେରିକା ସେନାବାହିନୀର ପୂର୍ବତନ ଅଧ୍ୟକ୍ଷ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ସୈନ୍ୟବାହିନୀ ପାଇଁ ଆବେଦନ କରିବା ପୂର୍ବରୁ ଯୁବପିଢ଼ି ପ୍ରଥମେ ନିଜ ଉଚ୍ଚତା ତଥା ଓଜନ ବାବଦରେ ସଚେତନ ହେବା ଆବଶ୍ୟକ। ତେବେ ଆବେଦନ କରୁଥିବା ୨୫%ରୁ ଅଧିକ ଯୁବପିଢ଼ି ମେଦବହୁଳତାରେ ଆକ୍ରାନ୍ତ। ପେଣ୍ଟାଗନ୍ ମୁଖ୍ୟାଳୟରୁ ମଧ୍ୟ ସମାନ ମତ ପ୍ରକାଶ କରାଯାଇଛି। ପ୍ରଥମେ କେବଳ ସଫ୍ଟୱେୟାର କମ୍ପାନୀରେ କାର୍ଯ୍ୟରତ ଲୋକେ ମୋଟା ହେବାର ଅଭିଯୋଗ ହେଉଥିଲା, ଏବେ କିନ୍ତୁ ଖାଦ୍ୟପାନୀୟରେ ଏକ ବିରାଟ ପରିବର୍ତ୍ତନ କାରଣରୁ ବିଭିନ୍ନ ମହଲରେ ଏହା ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି।

Leave A Reply