ଜାଣନ୍ତୁ, ଜାଇଫଳର ଉପକାରିତା

0

ବ୍ୟସ୍ତ ବହୁଳତା ଜୀବନରେ ସକାଳୁ ରାତି ପର୍ଯ୍ୟନ୍ତ ସମସ୍ତେ କିଛି ନା କିଛି କାର୍ଯ୍ୟରେ ବ୍ୟସ୍ତ ରହିଥାଆନ୍ତି। ନିଜର ସଠିକ ଭାବେ ଯତ୍ନ ନନେବାରୁ ଓ କାମର ପ୍ରଭାବରେ ସେମାନଙ୍କର ହାତ, ଆଣ୍ଡୁ ଗଣ୍ଠି, ଅଣ୍ଟାରେ ଯନ୍ତ୍ରଣା ଆଦି ସମସ୍ୟା ହୋଇଥାଏ। ଯେଉଁ ମହିଳାମାନେ ପରିବାରର ସଦସ୍ୟ ମାନଙ୍କର ଖୁବ ଭଲ ଭାବେ ଯତ୍ନ ନିଅନ୍ତି, ସେମାନେ ନିଜର ଠିକ ଭାବେ ଯତ୍ନ ନନେବାରୁ ସେମାନଙ୍କର ମଧ୍ୟ ଏହି ସମସ୍ୟା ଦେଖାଯାଇଥାଏ। ଏହି ସମସ୍ତ ସମସ୍ୟା ଶରୀରରେ କ୍ୟାଲସିୟମର ଅଭାବରୁ ହିଁ ହୋଇଥାଏ।
ଖାଲି ମହିଳା ମାନଙ୍କର ନୁହେଁ ଏହି ସମସ୍ୟା ପୁରୁଷ ମାନଙ୍କର ମଧ୍ୟ ଦେଖାଯାଏ। ଦିନ ଯାକ ଅଫିସରେ ଘଣ୍ଟା ଘଣ୍ଟା ବସି କାମ କରିବା, ଠିକ ସମୟରେ ଖାଦ୍ୟ ପେୟ ଓ ନିଦ ଆଦି ଠିକ ଭାବେ ନ ହେବା ଦ୍ୱାରା ସ୍ୱାସ୍ଥ୍ୟର ଅବସ୍ଥା ଠିକ ରହି ନଥାଏ। କ୍ୟାଲସିୟମ ଅଭାବ ହେତୁ ହାତ, ଆଣ୍ଠୁ , ଅଣ୍ଟା ବିନ୍ଧା ଆଦି ହୋଇଥାଏ। ଏହି ଯନ୍ତ୍ରଣାକୁ ସହିବା ଅସହ୍ୟ ହୋଇ ପଡ଼େ।


ଏହି ସମସ୍ୟାରୁ ମୁକ୍ତି ପାଇବାର ଏକ ସହଜ ଘରୋଇ ଉପାୟ ଅଛି, ଜାଣନ୍ତୁ ତାହା କ’ଣ….
ଜାଇଫଳକୁ ପେଷି ( ଗ୍ରାଇଣ୍ଡିଙ୍ଗ) କରି ଏହାକୁ ରାଶି ତେଲରେ ମିଶାଇ ରଖନ୍ତୁ। ଲଗାଇବା ସମୟରେ ଏହାକୁ ସାମାନ୍ୟ ଗରମ କରି ଦିଅନ୍ତୁ। ବ୍ୟଥା ହେଉଥିବା ସ୍ଥାନରେ ମାଲିସ କରନ୍ତୁ। ଏହାକୁ ନିୟମିତ ଏକ ମାସ ଲଗାଇଲେ ଆପଣ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ। ଶରୀରରେ ହାଡ଼ ଜନିତ ସମସ୍ତ ବ୍ୟଥା ଓ ଯନ୍ତ୍ରଣା ଦୂର ହୋଇଯିବ।

Leave A Reply