ଖେଚୁଡିର ଆବଶ୍ୟକତା

0

ଆମ ଭାରତୀୟ ବ୍ୟଞ୍ଜନରେ ଖେଚୁଡ଼ି ବ୍ୟଞ୍ଜନର ସ୍ଥାନ ବେଶ୍ ସ୍ବତନ୍ତ୍ର। ବିଶେଷଜ୍ଞଙ୍କ ମତରେ ଗୁଜୁରାଟୀଙ୍କ ଏଇ ପ୍ରିୟ ବ୍ୟଞ୍ଜନର ଆଦର ଏବେ ଭାରତରେ ପ୍ରତ୍ୟେକ ପ୍ରାନ୍ତରେ ଦେଖିବାକୁ ମିଳୁଛି। ବିଭିନ୍ନ ପ୍ରକାର ଡାଲି ସହ ଚାଉଳ, ତଥା ପରିବାର ମିଶ୍ରଣରେ ଖେଚୁଡ଼ି ପ୍ରସ୍ତୁତ କରାଯାଏ । ଖାଦ୍ୟ ବିଶେଷଜ୍ଞ ମଧ୍ୟ ସମାନ ମତ ପୋଷଣ କରିଛନ୍ତି ଯେ ନିୟମିତ ଖେଚୁଡ଼ି ଖାଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ। କାରଣ ବିଭିନ୍ନ ପ୍ରକାର ପରିବା ଓ ଡାଲି ଏଥିରେ ମିଶ୍ରିତ ହୋଇ ଥାଏ। ଗରମଗରମ ଖେଚୁଡ଼ି ସହ ଅଧ ଚାମଚ ଘିଅ ଏକ ଉତ୍କୃଷ୍ଟ ଭୋଜନ ବୋଲି ଖାଦ୍ୟ ବିଶେଷଜ୍ଞ ରୁଜୁତା ଦିୱେକର କହିଛନ୍ତି।
– ପିଲାଠାରୁ ବୟସ୍କ ସମସ୍ତେ ଖେଚୁଡ଼ି ସପ୍ତାହକୁ ୨-୩ଥର ଖାଇବା ଉଚିତ। ଗର୍ଭବତୀ ମହିଳାଙ୍କ ନିମନ୍ତେ ଏହା ଏକ ପୌଷ୍ଟିକ ଭୋଜନ।
– ସମସ୍ତ ପ୍ରକାର ପୋଷକତତ୍ତ୍ବ ଭରପୂର ଥିବା ଖେଚୁଡ଼ି ଶରୀରକୁ ଶକ୍ତି ଯୋଗାଇବା ସହ ହଜମ ମଧ୍ୟ ଭଲଭାବେ ହୋଇଥାଏ।
– ଧ୍ୟାନରେ ରଖିବେ ଯଦି ଖେଚୁଡ଼ି ବଳକା ରହୁଛି, ତାହାକୁ ଡିପ୍ ଫ୍ରିଜର୍‌ରେ ରଖି ପରେ ଗରମ କରି ଖାଇପାରିବେ।
– ଆୟୁର୍ବେଦରେ ମଧ୍ୟ ଖେଚୁଡ଼ି ବ୍ୟଞ୍ଜନକୁ ଏକ ଉତ୍ତମ ଖାଦ୍ୟ ଭାବେ ବର୍ଣ୍ଣନା କରାଯାଇଛି।
– କମ୍ କ୍ୟାଲୋରୀଯୁକ୍ତ ଖେଚୁଡ଼ି ନିୟମିତ ଖାଇଲେ ମେଦବହୁଳତାର ଭୟ ଦୂର ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।

Leave A Reply