ଅଧିକ ଚା’ ଓ କଫି ପିଇବା ହୋଇପାରେ ଏହି ରୋଗର କାରଣ

0

ଚା’ ଅଥବା କଫି ପିଇବା ବହୁ ଲୋକଙ୍କ ଅଭ୍ୟାସ ଅଟେ। ଏପରି ମଧ୍ୟ ଲୋକମାନେ କହିଥାଆନ୍ତି ଯେ ଚାହା ନ ପିଇଲେ ମୁଣ୍ଡ ବିନ୍ଧା ହୋଇଥାଏ। ପାଠ ପଢିବା ସମୟରେ ନିଦ ନ ଲାଗିବା ନିମନ୍ତେ ମଧ୍ୟ ଆମେ ଚା’ ପିଇଥାଉ।୨ଥରରୁ ଅଧିକ ଚା’ ପିଇବା ଦ୍ୱାରା ଆମ ଶରୀର ପାଇଁ କ୍ଷତିକାରକ। ଜାଣନ୍ତୁ ଚା’ ଓ କଫି ପିଇବା ଦ୍ୱାରା ଆମର କ’ଣ ଅସୁବିଧା ହୋଇଥାଏ……………..
ଅତ୍ୟଧିକ ଚା’ ପିଇବା ଦ୍ୱାରା ଅଧିକ ଏସିଡ଼ିଟି ହୋଇଥାଏ।
ଖାଦ୍ୟ ଭଲ ଭାବେ ହଜମ ହୋଇ ନଥାଏ। ଏହା ଯୋଗୁ ପେଟ ଜନିତ ସମସ୍ୟା ଦେଖାଯାଇଥାଏ।
ଆମେ ଖାଉଥିବା ଖାଦ୍ୟର ଭିଟାମିନ ନଷ୍ଟ ହୋଇଯାଏ।
ହାଡ଼ ଦୁର୍ବଳ ହେବା ସହ, ହାଡ଼ ଜନିତ ରୋଗ ଯଥା ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୋଇଥାଏ।
ଭୋକର ମାତ୍ରା କମିଯାଏ।
ମାନସିକ ରୋଗ ବଢିଥାଏ, ନିଦ କମ୍‍ ହୋଇଥାଏ।
ଚିଡ଼ାଚିଡ଼ା ଭାବ ବଢିଥାଏ।
ସ୍ମରଣ ଶକ୍ତି ହ୍ରାସ ହୋଇଥାଏ।
ଶରୀରରେ ଭିଟାମିନର ମାତ୍ରା କମିଯାଏ।
ଚା’କୁ ବାରମ୍ବାର ଗରମ କରି ପିଇବା ଦ୍ୱାରା ଏହା ଶରୀରକୁ ଦୁର୍ବଳ କରିଦେଇଥାଏ।
ଖାଦ୍ୟ ଖାଇବା ପରେ ଚା’ କିମ୍ବା କଫି ପିଇଲେ ଖାଦ୍ୟରେ ଥିବା ସମସ୍ତ ଭିଟାମିନକୁ ଏହା ନଷ୍ଟ କରିଦିଏ। ଯାହା ଫଳରେ ଆମ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକତତ୍ତ୍ୱ ମିଳିପାରେ ନାହିଁ।

Leave A Reply