ନିରୋଗ ରହିବାର ସହଜ ଉପାୟ

0

ସାଧାରଣ କେତୋଟି ଉପାୟ ଅବଲମ୍ବନ କରିବା ଦ୍ୱାରା ଆମେ ନିରୋଗ ରହିପାରିବା। ଜାଣନ୍ତୁ ସେହିପରି କେତେକ ଉପାୟ ।
ନିୟମିତ ସକାଳ ୬ଟା ମଧ୍ୟରେ ଉଠି, ପ୍ରାକୃତିକ ପରିବେଶରେ ଅର୍ଥାତ ବାହାରକୁ ଯିବା ଆବଶ୍ୟକ। ସେହି ସମୟର ପବନ ଓ ଶୁଦ୍ଧ ବାୟୁ ଶରୀର ପାଇଁ ଖୁବ ଉପଯୋଗୀ।
ଏହା ଶରୀରକୁ ବହୁ ରୋଗରୁ ଦୂରରେ ରଖିଥାଏ।
ବିଛଣାରୁ ଉଠି ୨ରୁ ୩ ଗ୍ଲାସ ପାଣି ପିଇବା ଆବଶ୍ୟକ, ଏହା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହେବା ସହ
ଏସିଡ଼ିଟି,ମୁଣ୍ଡବିନ୍ଧା, ମୋଟାପଣ ଆଦି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।


ଥଣ୍ଡା ପାଗ ସମୟରେ ନିୟମିତ ଶରୀରେ ତେଲ ଲଗାଇବା ଆବଶ୍ୟକ। ଏହା ଦ୍ୱାରା ଥଣ୍ଡା,ଜ୍ୱର, କାଶ, କଫ ହେବା ଆଦି ରୋଗ ହୋଇ ନଥାଏ।
ନିୟମିତ ୩ରୁ ୪ ଥର ଆଖିକୁ ଥଣ୍ଡା ପାଣିରେ ଧୋଇବା ଆବଶ୍ୟକ,ଏପରି କଲେ ଦୃଷ୍ଟି ଶକ୍ତି ଭଲ ରହିଥାଏ।
ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ ଅଟେ। ବ୍ୟାୟାମ କରିବା ଦ୍ୱାରା ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ରହିଥାଏ।
କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ।
ଖାଇବାର ୧ଘଣ୍ଟା ପରେ ପାଣି ପିଇବା ଉଚିତ। ଏହା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।


ଖାଇବାର ସଙ୍ଗେ ସଙ୍ଗେ ଶୋଇବା ଉଚିତ ନୁହେଁ। ଏପରି କଲେ ଖାଦ୍ୟ ଭଲ ଭାବେ ହଜମ ହୋଇ ନଥାଏ ଓ ଅଧିକ ପରିମାଣରେ ଏସିଡ଼ିଟି ହୋଇଥାଏ।
କ୍ଷୀର ସହ ଦହି,ଲେମ୍ବୁ,ମୂଳା,କଲରା, ମାଛ ଆଦି ଖାଇବା ଉଚିତ ନୁହେଁ। ଏହାର ପ୍ରଭାବ ଶରୀର ଉପରେ ପଡ଼ିବା ଯୋଗୁ ଚର୍ମ ଓ ପେଟ ସମ୍ବନ୍ଧୀୟ ରୋଗ ହୋଇଥାଏ।


ରାତିରେ ୬ରୁ ୭ ଘଣ୍ଟା ଶୋଇବା ଆବଶ୍ୟକ। ଏହା ଦ୍ୱାରା ଆମ ମସ୍ତିଷ୍କ ସୁସ୍ଥ ରହିଥାଏ।
ଏହି କେତୋଟି ସାଧାରଣ ଉପାୟ ଦ୍ୱାରା ଆମେ ନିରୋଗୀ ହୋଇପାରିବା।

Leave A Reply