ଘୁଙ୍ଗୁଡ଼ିରୁ ବର୍ତ୍ତିବାର ସରଳ ଉପାୟ

ସର୍ବେକ୍ଷଣରୁ ଜଣାପଡ଼ିଛି, ପ୍ରତି ୧୦ଜଣରେ ୬ଜଣ ଲୋକ ନିୟମିତ ଘୁଙ୍ଗୁଡ଼ି ମାରିଥାନ୍ତି। ଜଣେ ବ୍ୟକ୍ତି ଘୁଙ୍ଗୁଡ଼ି ମାରିଲେ, ପାଖରେ ଶୋଇଥିବା ଅନ୍ୟଜଣକର ନିଦ ହିଁ ବ୍ୟାଘାତ ହୋଇଥାଏ। ଘୁଙ୍ଗୁଡ଼ି ମାରିବାରୁ ରକ୍ଷା ପାଇବାକୁ ଚାହୁଁଥିଲେ, କେତୋଟି ସରଳ ଉପାୟ ପାଳନ କରନ୍ତୁ।
– ଦୈନିକ ଅଦା ଓ ମହୁ ମିଶ୍ରିତ ଚା’ ପିଅନ୍ତୁ। ୧ ମାସ ନିୟମିତ ଏଇ ଚା’ ଦିନକୁ ୨ଥର ପିଇଲେ ଘୁଙ୍ଗୁଡ଼ି ମାରିବା କମ୍ ହେଉଥିବାର ଦେଖାଯାଇଛି।
–  ରସୁଣ, ପିଆଜ ଇତ୍ୟାଦିକୁ ପ୍ରତିଦିନ ଦ୍ବିପହର ଭୋଜନରେ ସାମିଲ କରିବା ଉଚିତ। ତୁରନ୍ତ ଏହାର ଫରକ୍ ଜାଣି ନ ପାରିଲେ ମଧ୍ୟ ସମୟକ୍ରମେ ଏହି ଉପାୟରେ ଘୁଙ୍ଗୁଡ଼ିରୁ ରକ୍ଷା ମିଳେ।
–  ଦୈନିକ ଫଳରସ ପିଇବା ଫଳମୂଳ ଖାଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଭଲ। ଏସବୁରେ ଥିବା ପୋଷକତତ୍ତ୍ବ ଆମ ଭଲ ନିଦ ହେବାରେ ସହାୟକ ହେବା ସହ ଘୁଙ୍ଗୁଡ଼ି କମ୍ କରେ।
– ଅଲିଭ ତେଲ ମଧ୍ୟ ଭଲ ନିଦ ହେବାରେ ସହାୟକ ହୋଇଥାଏ। ଏଣୁ ଅଲିଭ ତେଲ ରନ୍ଧା ଖାଦ୍ୟ ଓ ଅଲିଭ ତେଲ ପ୍ରସ୍ତୁତ ସାଲାଡ୍ ଖାଇବା ମଧ୍ୟ ଭଲ।
– ପ୍ରତିଦିନ ବାମ୍ଫ ନେଲେ ଘୁଙ୍ଗୁଡ଼ି କମ୍ ହେଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି। ବାମ୍ଫ ନେବା ଉଭୟ ତ୍ବଚା ଓ ସ୍ବାସ୍ଥ୍ୟ ପାଇଁ ହିତକାରୀ।
–  ଏସବୁ ସହ ନିୟମିତ ଭାବେ ଯୋଗ, ପ୍ରାଣାୟମ କରିବା ଘୁଙ୍ଗୁଡ଼ି ମାରିବାରୁ ରକ୍ଷା କରିଥାଏ।
– ସକାଳୁ ଉଠିବା ପରେ ପ୍ରଥମେ ୫-୭ ମିନିଟ୍ ଯୋଗାଭ୍ୟାସ କରିବା ଉଚିତ।

Comments are closed.