ମାସ୍କ ପିନ୍ଧି ବ୍ୟାୟାମ କରନ୍ତୁ ନାହିଁ

ବର୍ତ୍ତମାନ ସମୟରେ ମାସ୍କ ପିନ୍ଧିବା ଅନ୍ୟତମ ଜରୁରୀ ଆବଶ୍ୟକତା ପାଲଟିଯାଇଛି। ଲୋକେ ମଧ୍ୟ ଏ ବାବଦରେ ସତର୍କତା ଅବଲମ୍ବନ କରୁଥିବାର ଦେଖାଯାଉଛି। ଏହି ମାସ୍କକକୁ କିନ୍ତୁ ବ୍ୟାୟାମ, ପ୍ରାତଃଭ୍ରମଣ ସମୟରେ ପିନ୍ଧନ୍ତୁ ନାହିଁ। ଏହା କାରଣରୁ ଆପଣ ପ୍ରାଣ ହରାଇବାର ଭୟ ରହିଛି। ଏଇ କିଛିଦିନ ତଳେ ଚୀନ୍ ବେଜିଂସ୍ଥିତ ଜଣେ ଯୁବକ ମାସ୍କ ପିନ୍ଧି ପ୍ରାୟ ୪କିମି ସକାଳବେଳା ପ୍ରାତଃଭ୍ରମଣ କରୁଥିଲେ। ହଠାତ୍ ପାର୍କ ମଝିରେ ସେ ସଂଜ୍ଞାହୀନ ହୋଇପଡ଼ିଲେ। ପାଖଆଖରେ ଥିବା ଲୋକ ନିକଟସ୍ଥ ଚିକିତ୍ସାଳୟରୁ ଆମ୍ବୁଲାନ୍ସ ଡକାଇଦେଲେ। ଡାକ୍ତର ପରୀକ୍ଷା କରିବା ପରେ କହିଥିଲେ, ଯୁବକଜଣକ ମାସ୍କ ପିନ୍ଧି ବ୍ୟାୟାମ କରିବାରୁ ଏଭଳି ସ୍ଥିତି ଉପୁଜିଲା। ମାସ୍କ ପିନ୍ଧି ଆପଣ ଗୋଟିଏ ସ୍ଥାନରେ ବସିପାରିବେ କିମ୍ବା ଅଳ୍ପ କିଛି କାମ କରିପାରିବେ। ହେଲେ ଏକ ଲମ୍ବା ସମୟ ପିନ୍ଧି ଯୋଗ, ବ୍ୟାୟାମ କରିବା ଅନୁଚିତ। କାରଣ ଆମ ନିଶ୍ବାସପ୍ରଶ୍ବାସରେ ବାଧା ଉପୁଜିଥାଏ।