ସୁସ୍ଥତାର ସରଳ ଉପାୟ

ଆଜିକାଲି ପ୍ରାୟ ସମସ୍ତ ବର୍ଗର ଲୋକ ଅନ୍-ଲାଇନ୍ ଜରିଆରେ ଖାଦ୍ୟ ଡେଲିଭରୀ ସହ ଏବେ ପରିବାପତ୍ର ମଧ୍ୟ ଏଇ ଜରିଆରେ ଘରକୁ ବରାଦ୍ କରୁଛନ୍ତି। ଗ୍ରାହକଙ୍କୁ ଏଥିନିମନ୍ତେ ବିଭିନ୍ନ ଆପ୍ଲିକେସନ୍‌ ତରଫରୁ ସୁବିଧାରେ ରିଆତି ମଧ୍ୟ ମିଳୁଛି। ବଜାରରେ ହେଉ କିମ୍ବା ମଲ୍‌ରେ ଅବା ଅନ୍-ଲାଇନ୍୍ରେ ଆମେ ସତେଜ ପନିପରିବା ପାଇବା ଆଦୌ ସହଜ ନୁହେଁ। ଏହା ସହ ସେସବୁ ପରିବାରେ କୀଟାନାଶକ ବ୍ୟବହାର ହୋଇଥିବାର ଆଶଙ୍କା ମଧ୍ୟ ଥାଏ। ଏଣୁ ଘରୋଇ ଉପାୟରେ ପରିବା ଚାରାରୋପଣ କରି ଏକ ସୁସ୍ଥ ଜୀବନ ଅତିବାହିତ କରିବା ନିତାନ୍ତ ଆବଶ୍ୟକ।
– ନିଜ ଛାତ ଉପରେ ହେଉ କିମ୍ବା ବାଲକୋନିରେ ଛୋଟଛୋଟ କୁଣ୍ଡରେ ଆପଣ ବିଭିନ୍ନ ପରିବା ଲଗାଇ ଛୋଟ ବଗିଚାଟିଏ କରିପାରିବେ। ସବୁବେଳେ ସତେଜ ପରିବା ଖାଇବା ଦ୍ବାରା ଏକ ସୁସ୍ଥ ଜୀବନଶୈଳୀ ମଧ୍ୟ ଅତିବାହିତ କରିବେ।
– ଦିଲ୍ଲୀ ନିବାସୀ ଅବସରପ୍ରାପ୍ତ ଡାକ୍ତର ଜିନେଶ ୱାଲିଆଙ୍କ ମତରେ ଅବସର ପରେ ସେଭଳି କୌଣସି କାମ ମୋ ପାଖରେ ନଥିଲା। ଦିନରାତି ଘରେ ବସି ଖୁବ୍ ବିରକ୍ତ ଲାଗୁଥିଲା। ତାଙ୍କର ଏଭଳି ବ୍ୟସ୍ତତା ଦେଖି ପତ୍ନୀ ଅନୁ କହିଥିଲେ, ଚାଲ ଛାତ ଉପରେ ବଗିଚାଟିଏ କରିବା। ପ୍ରଥମେ ଜିନେଶ ବାବୁ ଯଦିଓ ଅମଙ୍ଗ ହୋଇଥିଲେ, ପରେ କିନ୍ତୁ ମାନିନେଇଥିଲେ। ଏବେ ତାଙ୍କର ସମୟ କିଭଳି ଭାବେ ଅତିବାହିତ ହେଉଛି, ସେ ଜାଣିପାରୁନାହାନ୍ତି। ଏହା ସହ ନିଜ ଘରର ପରିବା ନିୟମିତ ଖାଇବା କାରଣରୁ ଏକ ସୁସ୍ଥ ଜୀବନ ଅତିବାହିତ କରୁଥିବାର ସେ କହିଛନ୍ତି।
-ଘର ବଗିଚାରେ ଆପଣ ସବୁ ପ୍ରକାର ପରିବା ନ ହେଲେ ମଧ୍ୟ ପାଳଙ୍ଗ ଶାଗ, ଫୁଲକୋବି, ଗାଜର, ଧଣିଆ ପତ୍ର, ପୋଦିନା ପତ୍ର ଇତ୍ୟାଦି ଚାରାରୋପଣ କରିପାରିବେ।

Comments are closed.