ଓଜନ ହ୍ରାସ ପାଇଁ ଖାଆନ୍ତୁ ବେସନ

ବର୍ତ୍ତମାନ ସମୟରେ ବ୍ୟକ୍ତି ନିଜର ବୃଦ୍ଧି ପାଉଥିବା ଓଜନକୁ ନିୟନ୍ତ୍ରିତ କରିବା ପାଇଁ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଦେଉଛନ୍ତି। ବହୁ ସମୟରେ ଏପରି ମଧ୍ୟ ଦେଖାଯାଏ, କେତେକ ଲୋକେ ଓଜନ ହ୍ରାସ ପାଇଁ ସୁସ୍ୱାଦୁ , ମସଲାଯୁକ୍ତ ଖାଦ୍ୟ ଖାଇନଥାଆନ୍ତି। ଏପରି କରିବା ଦ୍ୱାରା ଓଜନ ହ୍ରାସ ପାଇଲେ ମଧ୍ୟ ଶରୀର ପାଇଁ ଆବଶ୍ୟକ ହେଉଥିବା ପୋଷକ ମିଳିପାରେ ନାହିଁ।
ଓଜନ କମ କରିବା ପାଇଁ ଆମେ କେତେକ ସ୍ୱତନ୍ତ୍ର ଖାଦ୍ୟ ଖାଇଥାଉ। ସେଭଳି କେତେକ ସ୍ୱତନ୍ତ୍ର ଖାଦ୍ୟ ମଧ୍ୟରେ ବେସନ ବିଷୟରେ ଆପଣ ହୁଏତ ଜାଣିନଥିବେ। ଜାଣନ୍ତୁ ବେସନ କିଭଳି ଓଜନ ହ୍ରାସ କରିଥାଏ….
ବେସନରେ ଭିଟାମିନ ବି୧, ବି୨, ଏବଂ ବି୯ ପ୍ରଚୁର ମାତ୍ରାରେ ଥାଏ। ଯାଦ୍ୱାରା ଏହାକୁ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରିତ ହୋଇ ରହେ।
ବେସନରେ ପ୍ରୋଟିନ ମଧ୍ୟ ଭରପୁର ମାତ୍ରାରେ ରହିଛି। ୧୦୦ ଗ୍ରାମ ବେସନରେ ୨୦ ଗ୍ରାମ ପ୍ରୋଟିନ ରହିଥାଏ। ତେଣୁ ଆପଣ ଗହମ ଅଟାରେ ରୁଟି ପ୍ରସ୍ତୁତ କରି ଖାଇବା ପରିବର୍ତ୍ତେ ବେସନରେ ମଧ୍ୟ ରୁଟି ପ୍ରସ୍ତୁତ କରି ଖାଇପାରିବେ। ଏହା ଖାଇବାକୁ ମଧ୍ୟ ସୁଆଦିଆ ଲାଗିଥାଏ।

Comments are closed.