ଘୁଙ୍ଗୁଡିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

0

କିଛି ଲୋକମାନେ ଶୋଇବା ସମୟରେ ଘୁଙ୍ଗୁଡି ମାରିଥାନ୍ତି। ସାଧାରଣତଃ କୌଣସି ଲୋକ ପରିଶ୍ରମ କାରଣରୁ ଅଧିକ ହାଲିଆ ହୋଇଯାଇଥିଲେ ସେ ଶୋଇବା ସମୟରେ ଘୁଙ୍ଗୁଡି ମାରିଥାଏ। ଯାହାଦ୍ୱାରା ଘୁଙ୍ଗୁଡି ମାରୁଥିବା ଲୋକ ପାଖରେ ଯେଉଁ ଲୋକ ଶୋଇଥାନ୍ତି, ସେମାନେ ଶାନ୍ତିରେ ଶୋଇ ପାରିନଥାନ୍ତି, ଏଥିପାଇଁ ସେମାନଙ୍କର ନିିଦ ଭାଙ୍ଗିଯାଇଥାଏ। ସେମାନେ ଶୋଇପଡିଥିଲେ ମଧ୍ୟ ଘୁଙ୍ଗୁଡି କାରଣରୁ ଉଠିପଡନ୍ତି ଏବଂ ଘୁଙ୍ଗୁଡି ମାରୁଥିବା ଲୋକକୁ ନିଦରୁ ଉଠେଇ ଦେଇଥାନ୍ତି। ଯାହାଫଳରେ ଉଭୟଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥାଏ। ଯଦି ଆପଣଙ୍କ କ୍ଷେତ୍ରରେ ଏହିଭଳି ସମସ୍ୟା ଉପୁଜୁଛି ତେବେ ଏହି କେତୋଟି ଉପାୟ ଆପଣାନ୍ତୁ ଦେଖିବେ ଅଳ୍ପଦିନ ମଧ୍ୟରେ ଆପଣ ଏଥିରୁ ମୁକ୍ତି ପାଇପାରିବେ।

– ଏକ କପ୍‍ ଗରମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାଇ ଭଲଭାବରେ ଘାଣ୍ଟି ଦିଅନ୍ତୁ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ସେହିି ପାଣିକୁ ପିଅନ୍ତୁ। ଏହା କରିବା ଦ୍ୱାରା କିଛି ଦିନରେ ଆପଣଙ୍କର ଏହି ଭଳି ସମସ୍ୟା ଦୂର ହୋଇଯାଇଥଏ।

– ପ୍ରତିଦିନ ଶୋଇବା ପୂର୍ବରୁ ଗରମ ପାଣିରେ ଅଳେଇଚ କିମ୍ବା ଏହାର ପାଉଡର ମିଶାଇ ପିଅନ୍ତୁ। ଏହା କରିବା ଦ୍ୱାରା ଘୁଙ୍ଗୁଡିରୁ ମୁକ୍ତି ପାଇପାରିବେ।

– ହଳଦିକୁ ଆମେ ଅଧିକାଂଶ ଶାରୀରିକ ଉପଚାର ରୂପେ ବ୍ୟବହାର କରିଥାଉ। ପ୍ରତିଦିନ ଶୋଇବାର ଅଧଘଣ୍ଟା ପୂର୍ବରୁ ହଳଦି ମିଶା କ୍ଷୀର ପିଅନ୍ତୁ ଏହା କରିବା ଦ୍ୱାରା ଘୁଙ୍ଗୁଡି ଭଳି ସମସ୍ୟା ଦୂର ହୋଇଯାଇଥଏ।

– ଶୋଇବା ପୂର୍ବରୁ ପାଣିରେ ପୁଦିନା ତେଲର କିଛି ବୁନ୍ଦା ମିଶାଇ କୁଳୁକୁଞ୍ଚା କରନ୍ତୁ। ଏହା କରିବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ସୁବିଧା ହୋଇଥାଏ। ଆପଣ ଚାହିଁଲେ ନାକ ପାଖରେ ପୁଦିନା ତେଲ ଲଗାଇ ଶୋଇପାରିବେ।
ଯଦି ଏହିଭଳି ଉପାୟ ଅବଲମ୍ବନ କରିବା ଦ୍ୱାରା ମଧ୍ୟ ଆପଣଙ୍କ ଘୁଙ୍ଗୁଡି ସମସ୍ୟା ଦୂର ହେଉନାହିଁ ତେବେ ଏନେଇଁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

Leave A Reply