ସ୍ୱର୍ଣ୍ଣମନ୍ଦିର ପରିଦର୍ଶନ କରିବେ ୯୧ଟି ବୈଦେଶିକ ଦୂତାବାସର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଶ୍ରୀ ଗୁରୁ ନାନକ ଦେବଜୀଙ୍କ ୫୫୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆସନ୍ତାମାସ ୧୨ ତାରିଖ ଦିନ ଭାରତରେ ଥିବା ୯୧ଟି ବୈଦେଶିକ ଦୂତାବାସ ଗୁଡ଼ିକର ରାଷ୍ଟ୍ରଦୂତମାନେ ଅମୃତସର ସ୍ଥିତ ସ୍ୱର୍ଣ୍ଣମନ୍ଦିରକୁ ପରିଦର୍ଶନ କରିବେ। ଦେଶ ଓ ସମଗ୍ର ବିଶ୍ୱରେ ଗୁରୁ ନାନକଦେବଜୀଙ୍କ ୫୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ବଡଧରଣର ଆୟୋଜନ କରାଯାଉଥିବା ଦୃଷ୍ଟିରୁ ବିଭିନ୍ନ ଦେଶର ରାଷ୍ଟ୍ରଦୂତମାନଙ୍କର ସ୍ୱର୍ଣ୍ଣମନ୍ଦିର ଦର୍ଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‍ ନିଷ୍ପତ୍ତି ନେଇଛି। ଏହି ଅବସରରେ ଶ୍ରୀ ଗୁରୁ ରାମ ଦାସ ବିମାନବନ୍ଦରରେ ରାଷ୍ଟ୍ରଦୂତମାନଙ୍କୁ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ସୁଖବିନ୍ଦର ସିଂହ ସରକାରିଆ ସ୍ୱାଗତ କରିଥିଲେ।

ପଞ୍ଜାବ ସରକାର ଓ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ସହ ମିଶି ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ଏହାର ଆୟୋଜନ କରୁଛି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ଭାରତୀୟ ସାଂସ୍କୃତିକ ପରିଷଦ ଅଧ୍ୟକ୍ଷ ଡକ୍ଟର ବିନୟ ସହସ୍ର ବୁଦ୍ଧେ ରାଷ୍ଟ୍ରଦୂତମାନଙ୍କ ସହ ସ୍ୱର୍ଣ୍ଣମନ୍ଦିର ପରିଦର୍ଶନ କରିବେ।

Comments are closed.