ମାଟ୍ରିକ୍ ପରୀକ୍ଷାକୁ ନେଇ ପ୍ରଧାନଶିକ୍ଷକମାନଙ୍କ ସଚେତନତା କର୍ମଶାଳା

ଯାଜପୁର: ଆସନ୍ତା ୧୯ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ଗୋଟିଏ ପଟେ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ପରୀକ୍ଷା ପରିଚାଳନା ପାଇଁ ପୁରା ପ୍ରସ୍ତୁତ ରହିଛି ଜିଲାପ୍ରଶାସନ। ଏନେଇ ଯାଜପୁର ଜିଲା ସଂସ୍କୃତି ଭବନରେ ବୁଧବାର ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନେଇ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି।

ଚଳିତ ବର୍ଷ ଯାଜପୁର ଜିଲାର ମୋଟ ୧୪୫ଟି ପରୀକ୍ଷା କେନ୍ଦ୍ରରେ ୨୭ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୯ଟି ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ରହିବ ଏବଂ ସମସ୍ତ ପ୍ରଶ୍ନପତ୍ରକୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ୨୪ଟି ଡେସପାଚ୍ ଟିମ୍ ନିୟୋଜିତ ହୋଇଥିବା ଏହି କର୍ମଶାଳାରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ପରୀକ୍ଷାର୍ଥୀଙ୍କୁ ଚାପ ମୁକ୍ତ କରିବା ପାଇଁ ରାଜ୍ୟସରକାର ପ୍ରୋଟୋକଲ ଜାରି କରିଛନ୍ତି। ଏହି ପରୀକ୍ଷାକୁ ଏକ ପର୍ବ ଭାବେ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ କପି ରୋକିବା ଏବଂ ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ ମଧ୍ୟ କରାଯାଇଥିବା କର୍ମଶାଳାରେ ସୂଚନା ଦିଆଯାଇଛି।

Comments are closed.