ରାତି ୧୦ଟା – ମୁଖ୍ୟ ସମ୍ବାଦ

0

ବଡ ଖବର
# ୟୁଏନଏଚଆରସିରେ ପାକିସ୍ତାନକୁ ଦୃଢ ଜବାବ ଦେଲା ଭାରତ – ପାକିସ୍ତାନ ହେଉଛି ବିଶ୍ୱ ଆତଙ୍କବାଦର କେନ୍ଦ୍ର ସ୍ଥଳୀ
# ଭୁବନେଶ୍ୱର ରାଜମହଲ ଛକରେ ଗଣ୍ଡଗୋଳ ଘଟଣାରେ ଆଉ ୯ଜଣ ଗିରଫ – ଗିରଫ ସଂଖ୍ୟା ୧୩କୁ ବୃଦ୍ଧି
# ଚେନ୍ନାଇରୁ ଗିରଫ ହେଲା ବାଂଲାଦେଶ ଆତଙ୍କବାଦୀ ସଂଗଠନର ସଦସ୍ୟ – ସାରା ଅଞ୍ଚଳ ସିଲ

ଆଞ୍ଚଳିକ
# ଯୁକ୍ତ ତିନିରେ ବହୁମୁଖୀ ସ୍ତରୀୟ ପ୍ରଶ୍ନପତ୍ର ଦ୍ୱାରା ପରୀକ୍ଷା କରିବାକୁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି – ଆସିବ ୧, ୨, ୩ ଓ ୫ ମାର୍କ ବିଶିଷ୍ଟ ପ୍ରଶ୍ନ
# ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ ଅନ୍ତର୍ଗତ ଗଡ଼ହରିଶପୁର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କାଳିଆ ମାନ୍ନା ଓରଫ୍‌ ଲବକୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଫାଶି ଦଣ୍ଡାଦେଶ
# ୨୦୧୫ରେ ବଡ଼ବିଲ ଥାନା ଅଞ୍ଚଳରେ ଦୁଷ୍କର୍ମ ଘଟଣାରେ ୬ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଲାଗୁ କଲେ କରିଛନ୍ତି କେନ୍ଦୁଝର ଏଡିଜେ କୋର୍ଟ
# ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍‌କୁ ଏନ୍‌କାଉଣ୍ଟର କଲା ସମ୍ବଲପୁର ପୁଲିସ,ବାମ ଗୋଡ଼ରେ ବାଜିଛି ଗୁଳି
# ଭୁବନେଶ୍ୱର ରାଜମହଲ ଛକରେ ଗଣ୍ଡଗୋଳ ଘଟଣାରେ ଆଉ ୯ଜଣ ଗିରଫ – ଗିରଫ ସଂଖ୍ୟା ୧୩କୁ ବୃଦ୍ଧି
# ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ନୂଆ ବସ୍‌ଷ୍ଟାଣ୍ଡ ନିକଟରେ କାର୍‌ ଧକ୍କାରେ ଦୁଇ ନାବଳକ ମୃତ
# ସଂଶୋଧିତ ନୂଆ ମୋଟର ଯାନ ନିୟମ ୨୦୧୯ ପ୍ରତ୍ୟାହାର ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ପରିବହନ ମାଲିକ ଏବଂ ଶ୍ରମିକ ମିଳିତ ମଞ୍ଚର ଚେତାବନୀ
# ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଶିରୋଲ ଗାଁରେ ଝାଡ଼ାବାନ୍ତିରେ ୨୫ ଆକ୍ରାନ୍ତ – ୫ ଗୁରୁତର ଟିଟିଲାଗଡ଼ ମେଡିକାଲ୍‌ରେ ଭର୍ତ୍ତି
# ପୁରୀ ଜିଲ୍ଲାରେ ପୁଲିସ ଏନ୍‌କାଉଣ୍ଟର – ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ବିଶୁ ଓରଫ୍ ବିଶ୍ୱରଞ୍ଜନ ସାହୁ ଏବଂ ବାଲି ମାଫିଆ ଟିକି ମିଆଁ ଓରଫ୍ ସିୟାମତ୍ ଖାନ୍ ଆହତ
# ରାଜୁଆ ନଦୀ ଜଳସ୍ତର ବୃଦ୍ଧି – ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ପରିସ୍ଥିତି, ୨୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
# ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀ ଡଙ୍ଗା ବୁଡ଼ି ଘଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର – ମୃତକ ହେଲେ ରୋଡ ଗାଁର ରମେଶ ସାହୁ
# କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ – ପରକୀୟା ପ୍ରୀତି ପାଇଁ ନିଜ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ
# ଖାଉଟି ଓ ଦୁଗ୍ଧ ଚାଷୀଙ୍କୁ ସୁହାଇଲା ଭଳି ଓମ୍‌ଫେଡ୍ କ୍ଷୀର ଦର ବୃଦ୍ଧି ହେବ ନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ
# ପୁରୀ ଶ୍ରୀଲୋକନାଥ ମନ୍ଦିର ପରିସରରେ ବର୍ଷା ଜଳ – ଭକ୍ତ ନିରାଶ
# ୨୦୧୮ ମାର୍ଚ୍ଚ ୨୦ରେ ଏରସମା ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଲେ ଜଗତସିଂହପୁର ଏଡିଜେ
# ଇସ୍କନ ଅଦିନ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି – ଶ୍ରୀମନ୍ଦିରର ପରମ୍ପରାକୁ ଉଲ୍ଲଂଘନ କରି କେହି ପବିତ୍ର ଯାତ୍ରା ନ କରନ୍ତୁ
# ଟ୍ରାଫିକ ନିୟମ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୁଲିସର ନୂଆ ଉଦ୍ୟମ – ଫାଇନ କାଟିବା ସହ ଦିଆଯାଉଛି ହେଲମେଟ୍
# କୁଖ୍ୟାତ ବ୍ରାଉନସୁଗାର ଡିଲର ସନ୍ତୋଷ କୁମାର ପଣ୍ଡା ଗିରଫ – ଜବତ ହେଲା ତିନି ଶହ ଗ୍ରାମ୍ ବ୍ରାଉନସୁଗାର
# କମେଣ୍ଟ ପ୍ରତିବାଦରେ ରୋଡ଼ରୋମିଓଙ୍କୁ ମାଡ ମାରିଥିବା ଯୁବତୀ ବେବିନା ମହାନ୍ତିଙ୍କୁ ସମ୍ମାନିତ କଲା କମିଶନେରେଟ୍‌ ପୁଲିସ
# ଜଗତସିଂହପୁର ତିର୍ତ୍ତୋଲରେ ଥିବା ସନ୍ଥ ବିନୋବା ଭାବେ ସମବାୟ ସମିତି ମିନି ବ୍ୟାଙ୍କରେ ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ – ଧାରଣାରେ ବସିଛନ୍ତି ଜମାକାରୀ
# ମଧ୍ୟାହ୍ନ ଭୋଜନରେ ମିଳିବ ଦୁଗ୍ଧଜାତ ଦ୍ରବ୍ୟ ମିଳିବା ନେଇ ସରକାର ଯୋଜନା କରୁଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
# ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ତାରିଖ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

ଜାତୀୟ
# ଅଶୀ ବର୍ଷର ବୃଦ୍ଧ ବେଶରେ ଆମେରିକା ଯିବାକୁ ଦିଲ୍ଲୀ ଏୟାରପୋର୍ଟରେ ଅପେକ୍ଷାରତ ଜୟେଶ ପଟେଲ ନାମକ ଯୁବକକୁ ଗିରଫ କଲା ପୁଲିସ
# ସର୍ବନିମ୍ନ ସୁଧହାର ୧୦ ବେସିସ୍ ପଏଣ୍ଟକୁ ହ୍ରାସ କଲା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ
# ନୂଆ ଟ୍ରାଫିକ ନିୟମରେ ଥିବା ଜରିମାନକୁ ହ୍ରାସ କଲେ ଗୁଜୁରାଟ ସରକାର – ହେଲମେଟ ନ ଥିଲେ ୫୦୦ ଟଙ୍କା, ସିଟ ବେଲ୍ଟ ପାଇଁ ୫୦୦ ଟଙ୍କା ଓ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିଲେ ଦୁଇ ଚକିଆ ଚାଳକଙ୍କ ପାଇଁ ୨୦୦୦ ଏବଂ ଚାରି ଚକିଆଙ୍କ ପାଇଁ ୩୦୦୦ ଟଙ୍କା
# ଭିଡିଓ ଗେମ୍ ଖେଳିବାକୁ ବାରଣ କରିବାରୁ କର୍ଣ୍ଣାଟକ ବେଲ୍‌ଗାମ୍ ଅଞ୍ଚଳରେ ବାପାକୁ ହାଣି ହତ୍ୟା କଲା ପୁଅ
# ଜମ୍ମୁ କାଶ୍ମୀର ସୋପୋର ଅଞ୍ଚଳରୁ ୮ ଆତଙ୍କବାଦୀଙ୍କୁ କାବୁ କଲା ପୁଲିସ ଓ ସେନାର ସ୍ୱତନ୍ତ୍ର ଟିମ୍
# ଉତ୍ତରପ୍ରଦେଶ ଫିରୋଜାବାଦରେ କଲେଜକୁ ବୁର୍ଖା ପିନ୍ଧି ଆସିଥିବା ଝିଅଙ୍କୁ ପ୍ରିନ୍‌ସିପାଲ୍‌ ବାଡ଼ି ଧରି ଗୋଡ଼ାଇଥିବା ଅଭିଯୋଗ
# ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କକୁ ବିଲୟ ପାଇଁ ମଞ୍ଜୁରୀ ପ୍ରଦାନ କଲା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ
# ଚେନ୍ନାଇରୁ ଗିରଫ ହେଲା ବାଂଲାଦେଶ ଆତଙ୍କବାଦୀ ସଂଗଠନର ସଦସ୍ୟ – ସାରା ଅଞ୍ଚଳ ସିଲ
# ଭାରତକୁ ଫ୍ରାନ୍ସର କମ୍ପାନୀ ଡାସଲ୍ଟ ଏଭିଏସନ ପ୍ରଥମ ରାଫେଲ ବିମାନ ଆସନ୍ତା ମାସ ଅକ୍ଟୋବର ୦୮ ତାରିଖରେ ହସ୍ତାନ୍ତର କରିବ
# କଂଗ୍ରେସରୁ ଇସ୍ତଫା ଦେଲେ ୨୦୧୯ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର
# ଉତ୍ତରପ୍ରଦେଶ କ୍ୟାବିନେଟ ବୈଠକରେ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ – ଭିଡ ହିଂସାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ବ୍ୟବସ୍ଥା

ଆନ୍ତର୍ଜାତିକ
# ୟୁଏନଏଚଆରସିରେ ପାକିସ୍ତାନକୁ ଦୃଢ ଜବାବ ଦେଲା ଭାରତ – କାଶ୍ମୀରରେ ଅବସ୍ଥା ସ୍ଵାଭାବିକ ହେବାରେ ଲାଗିଛି
# ଜେନେଭାରେ ଆରମ୍ଭ ହୋଇଥିବା ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହେମ୍ମୁଦ କ୍ୟୁରେଶୀ କହିଲେ – କଶ୍ମୀର ଭାରତର ଏକ ରାଜ୍ୟ
# ପାକିସ୍ତାନ ଅତ୍ୟାଚାରେ ଅସହ୍ୟ ହୋଇ ଭାରତର ଶରଣ ଲୋଡ଼ିଛନ୍ତି ଇମ୍ରାନ୍ ଖାନଙ୍କ ଦଳର ନେତା ତଥା ପୂର୍ବତନ ବିଧାୟକ ବଳଦେବ କୁମାର
# ପାକିସ୍ତାନରେ କେହି ସୁରକ୍ଷିତ ନାହାନ୍ତି, ହିନ୍ଦୁ ଓ ଶିଖ୍‌ଙ୍କ ଅବସ୍ଥା ଶୋଚନୀୟ – ପାକିସ୍ତାନି ନେତା ବଳଦେବ କୁମାର
# ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି – ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଛି, ଉଭୟ ଦେଶ ଚାହିଁଲେ, ସେ ମଧ୍ୟସ୍ଥତା କରିବେ

Leave A Reply