ପୂର୍ବାହ୍ନ ୧୧ଟା ମୁଖ୍ୟ ଖବର

ଭୁବନେଶ୍ୱର : ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ; ବିଭିନ୍ନ ସ୍ଥାନରେ ପୂଜାପାଉଛନ୍ତି ପ୍ରଭୁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୭୨ ତମ ଜନ୍ମଦିବସ ; ଏହି ଅବସରରେ ମୋଦୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାହୁଲ ଗାନ୍ଧୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି

ଆସନ୍ତା ୧୮ରୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ; ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପ ; ୧୮ ଓ ୧୯ରେ ୭ ରୁ ୧୧ ସେମି ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ; ୨୦ ତାରିଖରେ ୭ ରୁ ୨୦ ସେମି ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା

ପୁରୀ ସୂର୍ଯ୍ୟକିରଣ ଶୋ ; ବ୍ଲୁ ଫ୍ଲାଗ୍‍ ବିଚ୍‍ରେ ସୂର୍ଯ୍ୟକିରଣ ଶୋ ପ୍ରଦର୍ଶନ ; ଏରୋବେଟିକ୍‍ ଟିମ୍‍ର ଆକାଶ ମାର୍ଗରେ ସାହସିକ ପ୍ରଦର୍ଶନ ; ଏକା ସାଙ୍ଗରେ ଆକାଶରେ ଉଡିଲା ୯ଟି ହକ୍‍ ଲଢୁଆ ବିମାନ

ସ୍ୱତନ୍ତ୍ର ବିମାନରେ ଆସି ପହଞ୍ଚିଲେ ୮ଟି ଚିତାବାଘ ; ନାମିବ୍ୟାରୁ ବିମାନରେ ଆସି ଗ୍ୱାଲିୟରରେ ପହଞ୍ଚିଲେ ; ଦୀର୍ଘ ୭୦ ବର୍ଷ ପରେ ଭାରତରେ ଦେଖିବାକୁ ମିଳିଲା ଚିତାବାଘ; ହେଲିକପ୍ଟରରେ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ନିଆଯିବ ; ଆଜି ଜନ୍ମଦିନରେ ଜାତୀୟ ଉଦ୍ୟାନକୁ ସମର୍ପଣ କରିବେ ପ୍ରଧାନମନ୍ତ୍ରୀ

ପଟ୍ଟାମୁଣ୍ଡାଇ : ବ୍ରାହ୍ମଣୀ ନଦୀରେ କୁମ୍ଭୀର ମୁହଁରୁ ବର୍ତ୍ତିଲେ ଯୁବକ ; ନିମପୁର ଗାଁରେ ଶୌଚ ପାଇଁ ଯାଇଥିବା ବେଳେ ଟାଣି ନେଲା କୁମ୍ଭୀର; କୁମ୍ଭୀର ଠାରୁ ବର୍ତ୍ତିବାକୁ ଉଦ୍ୟମ କରି ଯୁବକ ଗୁରୁତର ; ହସ୍ପିଟାଲରେ ଚିିକିତ୍ସିତ

ବିଦ୍ୟୁତ ଚାର୍ଜିତ ବାର୍‍ହା ଫାଶ ସଂସ୍ପର୍ଶରେ ଆସି ଯୁବକ ମୃତ ; କଳାହାଣ୍ଡି ନର୍ଲା ଓଲାବୁଲା ଗାଁରେ ଶୌଚ ଯିବା ବେଳେ ଅଘଟଣ
ଯୁବକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଆଉ ଜଣେ ଗୁରୁତର

 

 

Comments are closed.