କରୋନା ଟେଷ୍ଟ ପାଇଁ ଏମକେସିଜିକୁ ଅନୁମତି ଦେଲା ଆଇସିଏମଆର

ଦକ୍ଷିଣ ଓଡିଶାରେ କରୋନା ପରୀକ୍ଷାରେ ହେବ ସହାୟକ

ସମାଜ ପୋର୍ଟଲ ଡେସ୍କ : କୋଭିଡ-୧୯ର ପରୀକ୍ଷା ପାଇଁ ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ(ଏମ୍‌କେସିଜି)କୁ ଅନୁମତି ମିଳିଛି । ଏମ୍‌କେସିଜିକୁ କରୋନା ଟେଷ୍ଟ ପାଇଁ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଅନୁମତି ଦେଇଛି । ଓଡିଶାରେ ବର୍ତ୍ତମାନ ଏମ୍‌କେସିଜିକୁ ମିଶାଇ ୪ଟି ସ୍ଥାନରେ କୋଭିଡ-୧୯ ଟେଷ୍ଟ ହୋଇପାରୁଛି। ମେଡିକାଲ କଲେଜ ଭାବେ ଏସ୍‌ସିବି ପରେ ଏମ୍‌କେସିଜିରେ ‘କରୋନା’ ସାମ୍ପୁଲ ଟେଷ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌କେସିଜିକୁ ଅନୁମତି ଦିଆଯିବା ପରେ ଦକ୍ଷିଣ ଓଡ଼ିଶାରେ କରୋନା ଟେଷ୍ଟ କରିବା ସହଜ ହେବ ଏବଂ ଏହାଦ୍ବାରା କରୋନା ମହାମାରୀ ବିରୋଧୀ ଲଢ଼େଇରେ ଓଡ଼ିଶାର ଉଦ୍ୟମକୁ ଶକ୍ତିଶାଳୀ କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।


ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୪୫ ଜଣ ବିଭିନ୍ନ କୋଭିଡ୍‌-୧୯ ମେଡିକାଲ୍‌ରେ ଚିକିତ୍ସିତ ଉଛନ୍ତି।

Comments are closed.