ସାରଥୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ :  ସନ୍ତୋଷ ରାଉଳ ଓରଫ ସାରଥୀ ବାବାଙ୍କୁ ସୋମବାର ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୨ଲକ୍ଷ ଟଙ୍କା ଲେଖାଏଁ ଦୁଇଜଣ ଜାମିନଦାର, ନିମ୍ନ ଅଦାଲତର ତାରିଖରେ ହାଜର ହେବା ଓ ଜାମିନରେ ଯିବା ପରେ ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ହାଇକୋର୍ଟ ସର୍ତ୍ତ ରଖି  କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ନିମ୍ନ ଅଦାଲତ ଚାହିଁଲେ ଅଧିକ ସର୍ତ୍ତ ରଖି ପାରିବେ ବୋଲି ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ଏଥିପୂର୍ବରୁ ସାରଥୀଙ୍କୁ ତିନୋଟି ମାମଲାରେ ଜାମିନ ମିଳିଥିଲା।

ସୂଚନା ଯୋଗ୍ୟ ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି କଟକର ଚୌଦାର ଜେଲରେ  ସାରଥୀ ବନ୍ଦୀ ଥିଲେ । ସୋମବାର ତାଙ୍କୁ ସମସ୍ତ ତିନୋଟି ଯାକ ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

Comments are closed.