MEllora 950×100

ଭାରତୀୟ ବଜାରକୁ ଆସିଲା “ହାଭେଲ୍ସ”ର ନୂଆ ସ୍ମାର୍ଟ ଫ୍ୟାନ୍ : ଭଏସ୍ ମାଧ୍ୟମରେ କରିପାରିବେ ଅନ୍-ଅଫ୍

ନୂଆଦିଲ୍ଲୀ : ହାଭେଲ୍ସ କମ୍ପାନୀ ପକ୍ଷରୁ ଭାରତୀୟ ବଜାରରେ ଏକ ନୂଆ ସ୍ମାର୍ଟ ଫ୍ୟାନ୍ ଲଞ୍ଚ କରାଯାଇଛି। ଯାହାର ନାମ କାରନେସିଆ-୧ ରଖାଯାଇଛି। ଏହି ସ୍ମାର୍ଟ ପଙ୍ଖା(ଫ୍ୟାନ୍) ର ମୂଲ୍ୟ ମାତ୍ର ୪ହଜାର ୫୦୦ଟଙ୍କା ରଖାଯାଇଛି। ଏହି ଫ୍ୟାନରେ ଆମାଜନ ଆଲେକ୍ସା ଓ ଗୁଗୁଲ ହୋମର ସପୋର୍ଟ ଦିଆଯାଇଛି। ସବୁଠାରୁ ଖାସ୍ କଥା ହେଉଛି ଭଏସ୍ ମାଧ୍ୟମରେ ଏହି ଫ୍ୟାନକୁ ଅଫ୍ ଏବଂ ଅନ୍ କରିପାରିବେ। ଏହାସହିତ ଏଥିରେ ସ୍ଲିପ୍ ଓ ବ୍ରିଜ ନାଇଟ ମୋଡ ଦିଆଯାଇଛି। ଏଥିରେ ସ୍ପିଡ଼୍ ପାଇଁ ୫ଟି ଲେଭେଲ ଦିଆଯାଇଛି। ଏହାବ୍ୟତୀତ ଏହି ଫ୍ୟାନରେ ଆପଣ ଟାଇମର ମଧ୍ୟ ଲଗାଇପାରିବେ। ଯେଉଁ ନିଦ୍ଧିଷ୍ଟ ସମୟ ପର୍ୟ୍ୟନ୍ତ ଏଥିରେ ଟାଇମର ସେଟ୍ କରିବେ ସେହିସମୟ ପରେ ଆପଣାଛାଏଁ ପଙ୍ଖାଟି ବନ୍ଦ ହୋଇଯିବ।

Comments are closed.