ଭୁବନେଶ୍ଵରରେ ସ୍ଥାନାନ୍ତର ହେବ ହାଟ

ଭୁବନେଶ୍ଵର: ପୁଣି ଥରେ ଭୁବୁନେଶ୍ଵରର ପ୍ରମୁଖ ହାଟଗୁଡ଼ିକୁ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରତିଦିନ କରୋନା ସଂକ୍ରମଣ ହାର ବଢୁଥିବାରୁ ହାଟ ସ୍ଥାନାନ୍ତର ନେଇ ଭୁବନେଶ୍ଵର ମହାନଗର ନିଗମର ନିଷ୍ପତ୍ତି ନେଇଛି। ସୋମବାରରୁ ଭୁବନେଶ୍ଵରର ୟୁନିଟ-୧ ହାଟ ୟୁନିଟ-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତରିତ ହେବ। ବ୍ରହ୍ମେଶ୍ଵର ହାଟ ବ୍ରହ୍ମେଶ୍ଵର ମେଳନ ପଡ଼ିଆକୁ ସ୍ଥାନାନ୍ତର ହେବ। ଲିଙ୍ଗରାଜ ହାଟ ବିଏମ୍‌ସି ମାର୍କେଟ୍‌ କମ୍ପେକ୍ସକୁ ଉଠିଯିବ। ସେହିପରି ଭୁବନେଶ୍ଵରର ଅନ୍ୟ ଅଞ୍ଚଳରେ ଥିବା ପ୍ରମୁଖ ହାଟଗୁଡ଼ିକୁ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

 

ଆଜିଠୁ ୟୁନିଟ୍‌ ୪ ହାଟ ଶାସ୍ତ୍ରୀନଗର ଓ ରେଡ୍‌କ୍ରସ ସମ୍ମୁଖ ରାସ୍ତାକୁ ଉଠିଲା। ଗତ ବର୍ଷ କରୋନା କାଳରେ ଭୁବନେଶ୍ଵରର ପ୍ରମୁଖ ହାଟଗୁଡ଼ିକୁ ରାସ୍ତା ଉପରକୁ ସ୍ଥାନାନ୍ତର କରାଯାଇଥିଲା।

Comments are closed.