ଅପରାହ୍ଣ ୫ଟା ସୁଦ୍ଧା ମହାରାଷ୍ଟ୍ରରେ ୪୪.୬୧ ପ୍ରତିଶତ ଓ ହରିୟାଣାରେ ୫୩.୭୮ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସୋମବାର ମତଦାନ ପ୍ରକ୍ରିୟା ଜାରି ରହିଛି। ହରିୟାଣାରେ ଅପରାହ୍ନ ୫ଟା ସୁଦ୍ଧା ୫୩.୭୮ପ୍ରତିଶତ ମତଦାନ ହୋଇଛି। ସେହିପରି ମହାରାଷ୍ଟ୍ରରେ ୪୪.୬୧ ପ୍ରତିଶତ ମତ ସାବ୍ୟସ୍ତ ହୋଇଥିବା ଜଣାପଡିଛି। ମହାରାଷ୍ଟ୍ରରେ ବହୁ ବରିଷ୍ଠ ନେତା ଏବଂ ଅଭିନେତା ନିଜର ମତ ସାବ୍ୟସ୍ତ କରିଛନ୍ତି।

ମହାରାଷ୍ଟ୍ରରେ ୨୨୨ଟି ଆସନ ଓ ହରିୟାଣାରେ ୯୦ଟି ଆସନ ପାଇଁ ନିର୍ବାଚନ ହେଉଛି ।

Comments are closed.