ହରିୟାଣା ଉପ ମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲାଙ୍କୁ କରୋନା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମଙ୍ଗଳବାର ଦିନ ହରିୟାଣାର ଉପମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟି ନେତା ଦୁଶ୍ୟନ୍ତ ଚୌଟାଲା କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ଦୁଶ୍ୟନ୍ତ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏହାପୂର୍ବରୁ ରାଜ୍ୟର ଅନେକ ମନ୍ତ୍ରୀ ଓ ନେତା କରୋନାରେ ଆକ୍ରାନ୍ତ ହୋଇଥିଲେ।
ଦୁଶ୍ୟନ୍ତ ଟ୍ବିଟ୍ କରି ଲେଖିଛନ୍ତି ଯେ, ମୋର ସମସ୍ଥ ବନ୍ଧୁ ମାନଙ୍କୁ ସୂଚନା, ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ମାତ୍ର କରୋନାର କୌଣସି ଲକ୍ଷଣ ମୋଠାରେ ନାହିଁ, କିନ୍ତୁ ନିକଟରେ ମୋ ସହ ମିଶିଥିବା ବ୍ୟକ୍ତି ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ।

Comments are closed.