ହରିୟାଣାରେ ଟିକସ ମୁକ୍ତ ହେବ ‘ତାନାଜୀ: ଦି ଅନସଙ୍ଗ ୱାରିୟର୍’

ମୁମ୍ବଇ: ଜାନୁଆରୀ ୧୦ରେ ମୁକ୍ତିଲାଭ କରିଥିବା ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର ‘ତାନାଜୀ: ଦି ଅନସଙ୍ଗ ୱାରିୟର୍’କୁ ହରିୟାଣାରେ ଟିକସ ମୁକ୍ତ(ଟ୍ୟାକ୍ସ ଫ୍ରି) କରାଯିବ। ରାଜ୍ୟରେ ଏହି ସିନେମାକୁ ଟିକସ ମୁକ୍ତ(ଟ୍ୟାକ୍ସ ଫ୍ରି) କରିବା ପାଇଁ ବୁଧବାର ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, ଖୁବଶୀଘ୍ର ଅଜୟଙ୍କ ‘ତାନାଜୀ: ଦି ଅନସଙ୍ଗ ୱାରିୟର୍’କୁ ରାଜ୍ୟରେ ଟିକସ ମୁକ୍ତ(ଟ୍ୟାକ୍ସ ଫ୍ରି) କରାଯିବ।
ଉଲ୍ଲେଖ ଯୋଗ୍ୟ, ଅଜୟ ଦେବଗନ, କାଜଲ ଓ ସୈଫ୍ ଅଲ୍ଲୀ ଖାନ୍ ଷ୍ଟାରର ଏହି ସିନେମା ମୁକ୍ତିଲାଭ କରିବାର ସପ୍ତାହେ ମଧ୍ୟରେ ୧୦୦କୋଟି କ୍ଲବ‌ରେ ସାମିଲ ହୋଇଛି। ଏହା ମାତ୍ର ୬ଦିନ ମଧ୍ୟରେ ୧୦୦କୋଟି କ୍ଲବରେ ସାମିଲ ହୋଇଛି। ‘ତାନାଜୀ’କୁ ୪୫୪୦ ପରଦାରେ ମୁକ୍ତିଲାଭ କରାଯାଇଥିଲା।

ଏହାପୂର୍ବରେ ଉତ୍ତରପ୍ରଦେଶରେ ମଧ୍ୟ ଏହି ସିନେମାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଟିକସ ମୁକ୍ତ କରିଥିଲେ।

Comments are closed.