ଶୋଇଥିବା ଶ୍ରମିକଙ୍କ ଉପରେ ମାଡ଼ିଗଲା କାର୍‍; ୫ମୃତ, ୯ଆହତ

0

ହିସାର : ହରିୟାଣାର ହିସାରଠାରେ ରାସ୍ତା ପାର୍ଶ୍ବରେ ଶୋଇଥିବା ଶ୍ରମିକଙ୍କ ଉପରେ ଦ୍ରୁତଗତିରେ ଆସୁଥିବା ଏକ କାର୍‍ ମାଡ଼ିଯିବା ଫଳରେ ୫ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୯ଜଣ ଆହତ ହୋଇଛନ୍ତି। ନିଜେ କାର୍‍ଚାଳକ ଏଥିରେ ଆହତ ହୋଇଛି। ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ଜିନ୍ଦଲ ଇସ୍ପାତ କାରଖାନା ନିକଟ ଓଭରବ୍ରିଜ୍‍ ଉପରେ ଏହି ଦୁର୍ଘଟଣା ଘଟିଛି ଓ କାର୍‍ଚାଳକ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟାଇଥିବା ପୁଲିସ କହିଛି। ମୃତ ଶ୍ରମିକମାନେ ବିହାରର ଖାଗାରିଆ ଜିଲା ଅନ୍ତର୍ଗତ ସାହାର୍ସା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ରାସ୍ତା ମରାମତି କାମ ଚାଲିଥିବାବେଳେ ସେଥିରେ ନିଯୁକ୍ତ ଶ୍ରମିକମାନେ ରାତିରେ ଓଭରବ୍ରିଜ୍‍ ଉପର ଫୁଟ୍‍ପାଥ୍‍ରେ ବିଶ୍ରାମ ନେଇଥିଲେ। ଦୁର୍ଘଟଣା ଘଟାଇ କାର୍‍ ଓଭରବ୍ରିଜ୍‍ର ରେଲିଂ ଭାଙ୍ଗି ପ୍ରାୟ ୫୦ଫୁଟ ତଳକୁ ଖସିପଡ଼ିଥିଲା।

Leave A Reply