ରୋଗମୁକ୍ତ ବିଶ୍ୱ ପାଇଁ ସହଯୋଗ ଜରୁରୀ – ହର୍ଷବର୍ଦ୍ଧନ

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର୍‍ ହର୍ଷବର୍ଦ୍ଧନ୍‍ କହିଛନ୍ତି, ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତି ଏବଂ ବିପଦ ପରିଚାଳନାକୁ ସୁଦୃଢ କରିବା ଦ୍ୱାରା ବିଭିନ୍ନ ରୋଗର ମୁକାବିଲା ଓ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରାଯାଇପାରିବ। କୋଭିଡ୍‍-୧୯ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟକାରୀ ବୋର୍ଡର ସ୍ୱତନ୍ତ୍ର ଭର୍ଚୁଆଲ୍‍ ବୈଠକରେ ଅଧ୍ୟକ୍ଷତା କରି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ସମଗ୍ର ବିଶ୍ୱ ନିମନ୍ତେ ଉପଚାର, ନିଦାନ ଓ ଟୀକା ହିଁ ଏକମାତ୍ର ଉପାୟ। ଏଥି।ଇଁ ସମଗ୍ର ବିଶ୍ୱ ମଧ୍ୟରେ ସହଯୋଗ ଏକାନ୍ତ ଅପରିହାର୍ଯ୍ୟ।

ସେ କହିଛନ୍ତି, ଏକ ଉଜ୍ଜ୍ୱଳ ଓ ରୋଗମୁକ୍ତ ସମାଜ ପାଇଁ ସମଗ୍ର ବିଶ୍ୱ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଦୃଷ୍ଟି ରଖିଛି। କୋଭିଡ୍‍-୧୯ ଭଳି ମହାମାରୀର ମୁକାବିଲା କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବ୍ୟାକତା ରହିଛି ବୋଲି ଡକ୍ଟର୍‍ ହର୍ଷବର୍ଦ୍ଧନ୍‍ କହିଛନ୍ତି।

Comments are closed.