ହରିଶଙ୍କର ମନ୍ଦିରରେ ପାରମ୍ପରିକ ଶିବ ବିବାହ

ଖପ୍ରାଖୋଲ- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ହରିଶଙ୍କର ମନ୍ଦିରରେ ଶିବ ବିବାହ ଶୀତଳଷଷ୍ଠୀ ଉତ୍ସବ ପାରମ୍ପାରିକ ରୀତିନିତିରେ ଅନୁଷ୍ଠିତ ହୋଇ ଯାଇଛି। ବରକନ୍ୟାଙ୍କ ଶୋଭାଯାତ୍ରା ସହିତ ଶୀତଳଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଥିଲା। ମନ୍ଦିରରୁ ଦେବଦେବ ମହାଦେବଙ୍କ ପ୍ରତିନିଧି କନ୍ୟାଘରକୁ ବାଜାବାଣ ରୋଷଣି ସହ ବରଯାତ୍ରୀ ଗହଣରେ ନିକଟସ୍ଥ ବିନ୍ଧ୍ୟବାସିନୀ ମନ୍ଦିରକୁ ଯାଇଥିଲେ। ବିଂଝାଲ ସମାଜ କନ୍ୟାପକ୍ଷ ଭାବେ ବରଯାତ୍ରୀକୁ ପାଛୋଟି ନେଇଥିଲେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ଶିବ ପାର୍ବତୀ ବିବାହ ଅନୁଷ୍ଠିତ ହୋଇଥିଲା। ବରପିତା ଭାବେ ହରିଶଙ୍‍କର ମନ୍ଦିର ପୂଜକ ତ୍ରୀନାଥ ପୁଝାରୀ ଏବଂ କନ୍ୟାପିତା ଭାବରେ ଚନ୍ଦ୍ର ଶେଖର ବରିହା ସପତ୍ନୀକ ନିଷ୍ଠାର ସହ ଦାୟୀତ୍ୱ ନିର୍ବାହ କରିଥିଲେ। ମନ୍ଦିର ପରିଚାଳକ ବେଣୁଧର ସାହୁ ,ସହ ପରିଚାଳକ ବିପିନ ପଟେଲ, ମନ୍ଦିର ସବ୍‍ କମିଟି ସଭାପତି ବିପ୍ର ବିଶି, ସଂପାଦକ ଶଶି ପୂଝାରୀ, ପୂଜକ ନରସିଂହ ପୁଝାରୀ, ବିଂଝାଲ ସମାଜ ସଭାପତି ଲୋଚନ ବରିହା, ଗୁପ୍ତେଶ୍ୱର କୁଅଁର ପ୍ରମୁକ ଥିବା ପରିଚାଳକ ହୋଇ ସହଯୋଗ କରିଥିଲେ। ପରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.