ହରିଶଙ୍କର ମନ୍ଦିର ହୁଣ୍ଡିରୁ ବାହାରିଲା ୮୦ ହଜାର ଟଙ୍କା

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର ହରିଶଙ୍କର ମନ୍ଦିରର ଦାନ ହୁଣ୍ଡିରୁ ୮୦ ହଜାର ୨୯୮ ଟଙ୍କା ବାହାରି ଥିବା ଜଣାଯାଇଛି। ଲକଡାଉନ୍ ଯୋଗୁଁ ୨ ମାସରୁ ଅଧିକ ହେଲା ମନ୍ଦିର ବନ୍ଦ ଥିବାବେଳେ ମନ୍ଦିର ମଧ୍ୟରେ ଥିବା ଦାନ ହୁଣ୍ଡିରୁ ପାଟଣାଗଡ ଦେବୋତର ବିଭାଗ ଗୁରୁବାର ଖୋଲିଥିଲା। ହୁଣ୍ଡି ଖୋଳିବା ଅବସରରେ ପାଟଣାଗଡ ସହକାରୀ ଜିଲ୍ଲାପାଳ ପଦ୍ମନାଭ ପୁରୋହିତ, ଖପ୍ରାଖୋଲ ତହସିଲଦାର ନିରଞ୍ଜନ ନାଏକ, ଦେବୋତର ବିଭାଗ କିରାଣୀ ଯଶୋବନ୍ତ କୁମ୍ଭାର, ମୁଖ୍ୟ କିରାଣୀ ବିଭୁତି ଭୂଷଣ ଅଗସ୍ତି, ସନ୍ତୋଷ ବେହେରା, ଖପ୍ରାଖୋଲ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଲକ ପ୍ରଦୀପ କୁମାର କାକ, ମନ୍ଦିର ପରିଚାଲକ ବିପିନ ବିହାରି ପଟେଲ, ଭାଗ୍ୟବନ୍ତ ସାହୁ, ସବକମିଟି ସଭାପତି ବିପ୍ର ବିଶି, ଶଶି ପୁଝାରୀ ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ଦେଢ ବର୍ଷ ପରେ ହୁଣ୍ଡି ଖୋଲା ଯାଇଥିବାରୁ ହୁଣ୍ଡିରେ ଅନେକ ଟଙ୍କା ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଅଳ୍ପ ଦିନ ବ୍ୟବଧାନରେ ହୁଣ୍ଡି ଖୋଲା ଗଲେ ଶ୍ରଦ୍ଧାଳୁଙ୍କ ଦିଆଯାଇଥିବା ଦାନ ଟଙ୍କା ନଷ୍ଟ ହୁଅନ୍ତା ନାହିଁ ବୋଲି ଦାବି ହେଉଛି।

Comments are closed.