ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ, କରୋନାରେ ଆକ୍ରାନ୍ତ ହୋଇଥିଲେ

ଡେରାଡୁନ: କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଛି। ଗତ ବୁଧବାର ହରିଶ ରାୱତଙ୍କ ସମେତ ତାଙ୍କ ପତ୍ନୀ ଓ ଝିଅ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ସୂଚନା ଅନୁସାରେ, ରାୱତଙ୍କ ଜ୍ବର କମୁନାହିଁ। ଏଥିପାଇଁ ତାଙ୍କୁ ଦିଲ୍ଲୀ ଏମ୍‌ସ ରେଫର କରାଯାଇଛି। ବିମାନ ଯୋଗେ ତାଙ୍କୁ ଦିଲ୍ଲୀ ଏମ୍‌ସ ଅଣାଯାଉଛି। ରାୱତଙ୍କ ପୂର୍ବତନ ପରାମର୍ଶଦାତା ସୁରେନ୍ଦ୍ର ଅଗ୍ରୱାଲ ଏ ନେଇ ସୂଚନା ଦେଇଛନ୍ତି। ଗୁରୁବାର ସକାଳେ ରାୱତଙ୍କୁ ଡୁନ୍‌ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସି ନ ଥିବାରୁ ତାଙ୍କୁ ଦିଲ୍ଲୀ ଏମ୍‌ସ ରେଫର କରାଯାଇଥିଲା।

Comments are closed.