ପ୍ରକୃତି ଓ ଦେବତ୍ୱର ସମନ୍ୱୟ ହରିଶଙ୍କର

0

ବହୁ ଶୈବ ପୀଠ ମାନଙ୍କ ମଧ୍ୟରୁ ପ୍ରକୃତିର ମନୋରମ ଦୃଶ୍ୟ ହରିଶଙ୍କର ଠାରେ ଦେଖିବାକୁ ମିଳେ। ଏହି ମନ୍ଦିର ବଲାଙ୍ଗୀର ଜିଲାର ପ୍ରାୟ ୮୧ କିଲୋମିଟର ଦୂରରେ ଅବସ୍ଥିତ। ଏହା ଗନ୍ଧମାର୍ଦ୍ଧନ ପର୍ବତରେ ଶୋଭା ପାଉଛି।
ମନ୍ଦିରଟି ପ୍ରାକୃତିକ ପରିବେଶର ଗନ୍ତାଘର ଅଟେ। କୁଳୁକୁଳୁ କରି ବହିଯାଉଥିବା ଝରଣା ଏଠାକୁ ଆସୁଥିବା ସଭିଁଙ୍କୁ ଖୁବ ଆନନ୍ଦିତ କରିଥାଏ।
ଏଠାକାର ଏକ ମୁଖ୍ୟ କଥା ହେଉଛି ଏଠାରେ ହରି ଓ ଶଙ୍କରଙ୍କୁ ଏକତ୍ର ପୂଜା କରାଯାଇଥାଏ।
ଯେଉଁ ମାନେ ଏଠାକୁ ଭକ୍ତି ସହକାରେ ଆସି ମାନସିକ କରନ୍ତି, ସେମାନଙ୍କର ମନୋସ୍ମାମନା ପୂରଣ ହୋଇଥାଏ।
ଶାସ୍ତ୍ରରେ ରହିଥିବା ମାନ୍ୟତା ଅନୁଯାୟୀ ଏହି ପବିତ୍ର ଶ୍ରାବଣ ମାସରେ ଏଠାରେ ଭଗବାନଙ୍କୁ ଜଳାଭିଷେକ କଲେ ଜୀବନର ସମସ୍ତ କଷ୍ଟ ଦୂର ହେବା ସହ ବହୁ ସଫଳତା ପ୍ରାପ୍ତି ହୋଇଥାଏ।
ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ବାହାର ଜାଗାରୁ ବହୁ ପର୍ଯ୍ୟଟକ ଏଠାକୁ ଆସି ରୁହନ୍ତି।
ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ପ୍ରକୃତିର ଏହି ମନୋରମ ରୂପ ବେଶ ଆନନ୍ଦିତ କରିଥାଏ।

Leave A Reply