ହରିପ୍ରସାଦଙ୍କ ସମ୍ବନ୍ଧରେ ମୋଦୀଙ୍କ ମନ୍ତବ୍ୟ ରାଜ୍ୟସଭା ରେକର୍ଡରୁ ହଟିଲା

0

ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କଂଗ୍ରେସ ରାଜ୍ୟସଭା ସାଂସଦ ବି. କେ ହରିପ୍ରସାଦଙ୍କ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଜ୍ୟସଭାରେ ଦେଇଥିବା କିଛି ମନ୍ତବ୍ୟକୁ ଗୃହର ରେକର୍ଡରୁ ବାଦ୍‍ ଦିଆଯାଇଛି। ମୋଦୀଙ୍କ ମନ୍ତବ୍ୟ ହରିପ୍ରସାଦଙ୍କ ପ୍ରତି ଅପମାନଜନକ ବୋଲି ଦର୍ଶାଇ ଗୃହର ସଦସ୍ୟମାନେ ଆପତ୍ତି ଉଠାଇଥିଲେ। ଏହା ଉପରେ ବିଚାର କରାଯିବ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ ଗୁରୁବାର କହିଥିଲେ। ମନ୍ତବ୍ୟ ବାସ୍ତବରେ ଆପତ୍ତିସୂଚକ ଓ ଅପମାନଜନକ ଜଣାପଡିବା ପରେ ନାଇଡୁ ତାହାକୁ ରେକର୍ଡରୁ ବାଦ୍‍ ଦେଇଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ପରେ ମୋଦୀ ଏନ୍‍ଡିଏର ବିଜୟୀ ପ୍ରାର୍ଥୀ ତଥା ନୂତନ ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କୁ ଅଭିନନ୍ଦନ ଜଣାଇବା ପରେ ହରିପ୍ରସାଦଙ୍କ ସମ୍ବନ୍ଧରେ ନକାରାତ୍ମକ ମନ୍ତବ୍ୟ ଦେଇଥିଲେ।

Leave A Reply