କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଗିରଫ – ଜାନୁଆରୀ ୨୪ ଯାଏଁ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ଅହମଦାବାଦ: ରାଜଦ୍ରୋହ ମାମଲାରେ ଅହମଦାବାଦର ଏକ ଟ୍ରାଏଲ କୋର୍ଟରେ ହାଜର ନ ହେବାରୁ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଜାନୁଆରୀ ୨୪ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଛି। ଶନିବାର ସନ୍ଧ୍ୟାରେ ତାଙ୍କୁ ଜାମିନ ବିହୀନ ପରୱାନା ବଳରେ ଅହମଦାବାଦର ବୀରମଗମରୁ ଗିରଫ କରାଯାଇଥିଲା। ୨୦୧୫ରେ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ହାର୍ଦ୍ଦିକ ତାଙ୍କ ସମର୍ଥକମାନଙ୍କୁ ପୁଲିସକୁ ହତ୍ୟା କରିବାକୁ ଉସୁକାଇବା ଅଭିଯୋଗ ହୋଇଥିଲା ଓ ସେହି ମାମଲାରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

ପଟ୍ଟିଦାର ସମ୍ପ୍ରଦାୟର ନେତୃତ୍ୱ ନେଉଥିବା ହାର୍ଦ୍ଦିକ ଗିରଫ ହେବାପରେ କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ତାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ନେଇ କୌଣସି ପ୍ରମାଣ ଦାଖଲ କରିପାରିନାହିଁ। ସେ ଜାଣିଶୁଣି କୋର୍ଟରେ ହାଜର ହେଉ ନ ଥିବାରୁ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

Comments are closed.