ଗୁଜରାଟ କଂଗ୍ରେସକୁ ବଡ଼ ଝଟକା; ଇସ୍ତଫା ଦେ​‌ଲେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଳୀ: ଗୁଜରାଟରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି । କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଦଳରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେଇଥିବା ନେଇ ହାର୍ଦ୍ଦିକ ଟ୍ୱିଟ କରି ସୂଚନା ଦେଇଥିବା ବେଳେ ଇସ୍ତଫା ପତ୍ର ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ସେ କହିଛନ୍ତି । ଚଳିତ ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ହାର୍ଦ୍ଦିକଙ୍କ ଏହି ଇସ୍ତଫା ଦଳ ଉପରେ ପ୍ରଭାବ ପକାଇପାରେ । ହାର୍ଦ୍ଦିକ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଆଜି ମୁଁ କଂଗ୍ରେସରୁ ଇସ୍ତଫା ଦେଇଛି । ଦଳର ପ୍ରାଥମିକ ସଦସ୍ୟ ପଦ ସହ ବିଭିନ୍ନ ପଦବୀରୁ ଇସ୍ତଫା ଦେଇଛି । ମୋର ଏହି ନିଷ୍ପତ୍ତିକୁ ଗୁଜରାଟବାସୀ ଓ ସହକର୍ମୀ ନିଶ୍ଚୟ ରୂପେ ଗ୍ରହଣ କରିବେ । ମୋର ଏହି ପଦକ୍ଷେପ ଭବିଷ୍ୟତରେ ମତେ ସମର୍ଥନ କରିବ ।

Comments are closed.