ହାର୍ଦ୍ଦିକଙ୍କ ଜେଲ୍‍ ଦଣ୍ଡ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

0

ଅହମ୍ମଦାବାଦ୍‍: ହାର୍ଦ୍ଦିକ ପଟେଲ୍‍ଙ୍କ ଜେଲ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଦେଇଛନ୍ତି ଗୁଜରାଟ ହାଇକୋର୍ଟ। ୨୦୧୫ରେ ସଂରକ୍ଷଣ ଆନ୍ଦୋଳନ ବେଳେ ହିଂସା ଓ ଭଙ୍ଗାରୁଜା ଅଭିଯୋଗରେ ଏକ ସେସନ୍‍ କୋର୍ଟ ହାର୍ଦ୍ଦିକଙ୍କୁ ଜେଲ୍‍ ଦଣ୍ଡାଦେଶ ଶୁଣାଇଥିଲେ। ଆଜି ହାଇକୋର୍ଟ ବିଚାରପତି ଏସ୍‍ ଏଚ୍‍ ଭୋରା ଉକ୍ତ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରି ଅନ୍ୟାଦେଶ ପର୍ଯ୍ୟନ୍ତ ହାର୍ଦ୍ଦିକଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କହିଛନ୍ତି।
ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦାବି କରି ହାର୍ଦ୍ଦିକଙ୍କ ନେତୃତ୍ୱରେ ଏକ ବିରାଟ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ପ୍ରାୟ ୫୦୦ ଲୋକ ସେହି ଆନ୍ଦୋଳନରେ ସାମିଲ୍‍ ହୋଇଥିବା ବେଳେ ବ୍ୟାପକ ହିଂସା ଓ ବିଜେପି ବିଧାୟକ ରୁଷିକେଶ ପଟେଲ୍‍ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ହାର୍ଦ୍ଦିକଙ୍କ ସମେତ ସର୍ଦ୍ଦାର ପଟେଲଲ୍‍ ଗ୍ରୁପ୍‍ ନେତା ଲାଲଜୀ ଭାଇ ପଟେଲ୍‍ ଓ ଏ କେ ପଟେଲ୍‍ଙ୍କୁ ମଧ୍ୟ ଜେଲ୍‍ ଦଣ୍ଡାଦେଶ ହୋଇଥିବା ବେଳେ ଅନ୍ୟ ୧୪ ଜଣଙ୍କ ବିରୋଧରେ ଚାର୍ଜସିଟ୍‍ ଦାଖଲ ହୋଇଥିଲା। ସତ୍ୟ ଓ ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ କରିବା ଯଦି ବିଦ୍ରୋହ ତେବେ ମୋତେ ବିଦ୍ରୋହୀ ବୋଲି ଅଭିହିତ କରିବାରେ କୌଣସି ବିରୋଧାଭାସ ନାହିଁ ବୋଲି ହାର୍ଦ୍ଦିକ କହିଛନ୍ତି। ଏଥିସହିତ ଆସନ୍ତା ୨୫ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିବେ ବୋଲି ସେ କହିଛନ୍ତି।

Leave A Reply