ପରିଷ୍କାର ପରିଚ୍ଛନ୍ନତା ଆକଳନ ପାଇଁ ସ୍ୱଚ୍ଛ ସର୍ବେକ୍ଷଣ ଲିଗ୍‍

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ୍‍ ସିଂ ପୁରି ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ ଲିଗ୍‍ର ଶୁଭାରମ୍ଭ କରିଛନ୍ତି। ପ୍ରତି ତିନି ମାସରେ ଏହି ଲିଗ ଦ୍ୱାରା ବିଭିନ୍ନ ସହର ଓ ନଗରଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା ମୂଲ୍ୟାୟନ କରାଯିବ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ଏଥିରେ ଦୂଷିତ ଜଳ ବିଶୋଧନ, ବ୍ୟବହାର ଓ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।

ସର୍ଭେ ପୂର୍ବରୁ ସହରକୁ ପରିଷ୍କାର ରଖିବା ଏବଂ ପରେ ଏଥିରୁ ଦୂରେଇ ଯିବା ଉଦ୍‍ବେଗର କାରଣ ବୋଲି ସେ କହିବା ସହ ଏହି କାର୍ଯ୍ୟକ୍ରମର ପଞ୍ଚମ ପର୍ଯ୍ୟାୟ ୨୦୨୦ ମସିହା ଜାନୁଆରୀରୁ ଫେବୃଆରୀ ମଧ୍ୟରେ ଆରମ୍ଭ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ହରଦୀପ୍‍ ସିଂ ପୁରି କହିଛନ୍ତି।

Comments are closed.