ପିପିଲିରେ ଏନକାଉଣ୍ଟର – ଅପରାଧୀ ଭାଗୁ ଆହତ

ପୁରୀ: ପୁରୀ ଜିଲ୍ଲା ପିପିଲିରେ ଗୁରୁବାର ବିଳମ୍ବିତ ରାତିରେ ପୁଲିସ ଏନକାଉଣ୍ଟରରେ ବାଲିଘାଟ ଅଞ୍ଚଳ ଅପରାଧୀ ଭାଗିରଥି ପ୍ରଧାନ (ଭାଗୁ) ଆହତ ହୋଇଛି। ପିପିଲି – ନିମାପଡା ତରକାଯା ଓଭରବ୍ରିଜ ତଳେ ଏହି ଏନକାଉଣ୍ଟର ହୋଇଥିଲା। ତାର ବାମ ଗୋଡ଼ରେ ଗୁଳି ବାଜିଛି। ୨୦ଟି ଅପରାଧିକ ମାମଲା ଥିବା ଭାଗୁ ତାଳବଣିଆ ପୁଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଅପରାଧୀ ଭାଗୁ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ନିକଟତମ ଥିବା ଜଣାପଡିଛି। ପୁଲିସ ତା ପାଖରୁ ୯ ଏମ.ଏମର ଏକ ବନ୍ଧୁକ, ଗୁଳି ଓ ବାଇକ ଉଦ୍ଧାର କରିଛି। ଆହତ ଅବସ୍ଥାରେ ପୁଲିସ ଭାଗୁକୁ କଟକ ଏସସିବିରେ ଭର୍ତ୍ତି କରିଛି।

ଅନ୍ୟ ପକ୍ଷରେ ତଳେ ପଡିଯିବାରୁ ତାଳବଣିଆ ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ଆହତ ହୋଇଛନ୍ତି। ତାଙ୍କ ବାମ ହାତରେ ଆଘାତ ଲାଗିଛି।

Comments are closed.