୩୫ଲିଟର ମହୁଲି ମଦ ଜବତ,୨ ଗିରଫ

ହରଭଙ୍ଗା: ହରଭଙ୍ଗା ବ୍ଲକ ହରଭଙ୍ଗା ଥାନା ଅର୍ନ୍ତଗତ ମହାଲ୍ଲିକପଡା ଏବଂ ଶୁଲୀଭଙ୍ଗା ଭଳି ଦୁଇଟି ପୃଥକ ପୃଥକ ସ୍ଥାନରେ ଶୁକ୍ରବାର ଅବକାରୀ ବିଭାଗ ଚଢଉ କରି ୩୫ଲିଟର ଦେଶୀ ମହୁଲି ମଦ ଜବତ କରିଛି। ଏହି ମାମଲାରେ ଅବକାରୀ ବିଭାଗ ପକ୍ଷରୁ ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଅବକାରୀ ବିଭାଗ ପକ୍ଷରୁ ପ୍ରଥମେ ମହାଲ୍ଲିକପଡା ଗାଁରେ ଚଢଉକରି ଅହଲ୍ୟା ପ୍ରଧାନ(୩୦)ଙ୍କଠାରୁ ୨୦ଲିଟର ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଶୁଲୀଭଙ୍ଗା ଗ୍ରାମରେ ସତ୍ୟାନନ୍ଦ ସାହୁ(୩୮)ଙ୍କଠାରୁ ୧୫ଲିଟର ଦେଶୀ ମହୁଲି ମଦ ଜବତ କରିଥିଲେ ଏବଂ ଉଭୟଙ୍କୁ ଗିରଫ କରିଥିଲେ। ଏ ନେଇ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି। ଗିରଫ କରାଯାଇଥିବା ଅହଲ୍ୟା ପ୍ରଧାନ ଓ ସତ୍ୟାନନ୍ଦ ସାହୁଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ବୋଲି ହରଭଙ୍ଗା ଅବକାରୀ ଇନିସ ପେକ୍ଟର ସୀମାକରଣ ବେକ ସୂଚନା ଦେଇଛନ୍ତି।

Comments are closed.