ହରଭଙ୍ଗାରେ ୩୭ ଆକ୍ରାନ୍ତ ଚିହ୍ନଟ

ହରଭଙ୍ଗା: ବୁଧବାର ବୌଦ୍ଧ ଜିଲାରୁ ୫୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କେବଳ ହରଭଙ୍ଗା ବ୍ଲକରୁ ୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ତାଲିକାରେ ବୀରନରସିଂହପୁରରୁ ୦୯ଜଣ, ଶଙ୍କୁଲେଇ ପଞ୍ଚାୟତ ମାଝିସାହିରୁ ୦୮ଜଣ, ହରିହରପୁର, ବୃହସ୍ପତିପୁର, ଲକ୍ଷ୍ମଣପୁର, ଠିଡିକାଯୋର, ଚାରିଛକରୁ ୦୨ଜଣ ଲେଖାଏଁ, ରାମଗଡ, ଲୁଣିବାହାଲ, ଜବଲପୁର, ମଥୁରା, ତିରଡ, କୁମାରୀ, ଲୋକାପଡା, ବେଲପଦର, ଛତ୍ରଙ୍ଗ ଏବଂ ବନ୍ଧାପଥରରୁ ଜଣେ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.