ମନୋନୟନକାରୀଙ୍କ ଉପରେ ବର୍ଷିଲେ ହରଭଜନ୍‍

0

ମୁମ୍ବଇ : ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‍ ନିମନ୍ତେ ଭାରତୀୟ ଦଳରେ ବ୍ୟାଟସମ୍ୟାନ୍‍ ରୋହିତ ଶର୍ମାଙ୍କୁ ସ୍ଥାନ ନ ମିଳିବା ବିଷୟକୁ ନେଇ ବେଶ୍‍ କ୍ଷୁବ୍ଧ ଅଛନ୍ତି ଅଫ୍‍ସ୍ପିନର ହରଭଜନ୍‍ ସିଂହ। ଏହାକୁ ନେଇ ହରଭଜନ୍‍ ମନୋନୟନକାରୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ନିଜ ଟ୍ୱିଟର୍‍ ଆକାଉଣ୍ଟରେ ହରଭଜନ୍‍ ଉଲ୍ଲେଖ କରିଛନ୍ତି ରୋହିତ ର୍ଶମା ଏସିଆ କପ୍‍ରେ ଭଲ ପ୍ରଦର୍ଶନ କରିବା ସତ୍ତ୍ବେ ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‍ରେ ଭାରତୀୟ ଦଳରୁ ବାଦ୍‍ ଦିଆଯିବା ଅନୁଚିତ୍‍। ମନୋନୟନକାରୀଙ୍କ ମନଇଚ୍ଛା ନିଷ୍ପତ୍ତି ଦଳକୁ କ୍ଷତି ପହଞ୍ଚାଇବ। ସୂଚନାଥାଉକି ରୋହିତ ଏସିଆ କପ୍‍ରେ ୩୧୭ ରନ୍‍ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ରହିଛି। ସେହିପରି ଦିନିକିଆ ବ୍ୟାଟସମ୍ୟାନ୍‍ ତାଲିକାରେ ରୋହିତ ବର୍ତ୍ତମାନ ୨ନଂରେ ରହିଛନ୍ତି।

Leave A Reply