ଆଇପିଏଲର ୧୦୦୦ତମ ମ୍ୟାଚ: ରାଜସ୍ଥାନ-ମୁମ୍ବଇ ମୁକାବିଲା ଆଜି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ରବିବାର ୪୨ତମ ମ୍ୟାଚ ୱାଙ୍ଖଡେ ଷ୍ଟାଡ଼ିୟମରେ ମୁମ୍ବଇ ଇଣ୍ଡିଆନ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ଚଳିତ ଆଇପିଏଲରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ। ରାଜସ୍ଥାନ ଓ ମୁମ୍ବଇ ୨୦୦୮ରୁ ଆରମ୍ଭ ହୋଇଥିବା ଆଇପିଏଲର ୧୦୦୦ତମ ମ୍ୟାଚ ଖେଳିବେ।

ରାଜସ୍ଥାନ ରୟାଲ୍‌ସ ୮ଟି ମ୍ୟାଚରୁ ୫ଟି ବିଜୟ ଓ ୩ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ମୁମ୍ବଇ ଇଣ୍ଡିଆନ୍‌ସ ୭ଟି ମ୍ୟାଚରୁ ୩ଟି ବିଜୟ ଓ ୪ଟି ପରାଜୟ ବରଣ କରିଛି। ରାଜସ୍ଥାନ ଓ ମୁମ୍ବଇ ମଧ୍ୟରେ ଖେଳାଯିବାକୁ ଥିବା ଉକ୍ତ ମ୍ୟାଚ ଆଇପିଏଲର ୧୦୦୦ତମ ମ୍ୟାଚ ହୋଇଥିବାରୁ ବିସିସିଆଇ ପକ୍ଷରୁ ଛୋଟ ଧରଣର ଉତ୍ସବ ପାଳନ ନେଇ ଯୋଜନା କରାଯାଇଛି।

Comments are closed.