ତେଜୁଛି କ୍ରସର ବିରୋଧି ଆନ୍ଦୋଳନ

ଏ.ଆର.ଏସ.ଏସ ପ୍ଲାଂଟ ରାସ୍ତା ଖୋଳିଦେଲେ ମହିଳା

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ ଅଂଚଳରେ କ୍ରସର ବିରୋଧି ଆନ୍ଦୋଳନ ଉଗ୍ରରୂପ ଧାରଣ କରୁଛି। ଖରଭୁଇଁ ଗାଁ ଲୋକଙ୍କ କ୍ରସର ବିରୋଧ ଆନ୍ଦୋଳନ ଯୋଗୁଁ ଦୀର୍ଘ ଏକ ମାସ ହେଲା କ୍ରସର ଶିଳ୍ପ ଏବଂ ବେଆଈନ ପଥର ବିସ୍ଫୋରଣ ବନ୍ଦ ରହିଛି।ପ୍ରଶାସନିକ ହସ୍ତକ୍ଷେପ ପରେ ବି କୌଣସି ନିର୍ଷ୍କସ ବାହାରିପାରିନାହିଁ।ବିନା ନିଷ୍ପତିରେ ଗୁରୁବାର ଏ.ଆର.ଏସ.ଏସ ଭାରିଯାନ ଚଳାଚଳକୁ ସ୍ଥାନୀୟ ମହିଳା ବିରୋଧ କରିଛନ୍ତି।ଫଳରେ ଉତ୍ୟକ୍ତ ମହିଳା ପ୍ଲାଂଟ ରାସ୍ତା ଖୋଳିଦେବାରୁ କମ୍ପାନୀ ପକ୍ଷରୁ ମାଲପରିହନ ଠପ୍ ହୋଇଯାଇଛି।
ସୂଚନା ଥାଉ କି ଗତ ୧୬ତାରିଖ ଗାଁ ଲୋକ ,ଜନପ୍ରତିନିଧି ଏବଂ ପ୍ରଶାସନକୁ ନେଇ ଏକ ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।ଗାଁ ଲୋକେ କ୍ରସର ଏବଂ ପଥର କୁଆଁରୀ ପରିଚାଳନା ପାଇଁ ସରକାରୀ ନିୟମାବଳୀର ଏକ ଓଡିଆ ଦସ୍ତାବିଜ ଦେବାପାଇଁ ଦାବୀକରିଥିଲେ।ପ୍ରଶାସନ ମଧ୍ୟ ସହମତି ପ୍ରକାଶ କରିଥିଲେ।ଏହାପରେ ଗ୍ରାମ୍ୟ କମିଟି ଗଠନ କରାଯାଇ ପରବର୍ତୀ ନିଷ୍ପତି ଗ୍ରହଣ ପାଇଁ ବୈଠକରେ ଆଲୋଚନା ହୋଇଥିଲା।ସାତ ଦିନପରେ ନିୟମାବଳି କି କୌଣସି ଆଲୋଚନା ହୋଇପାରିନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି।ଏହା ଉପରେ ଜିଲ୍ଲା ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ଉଠୁଛି।

Comments are closed.