ସାପ କାମୁଡାରେ କଲେଜ ଛାତ୍ରୀର ମୃତ୍ୟୁ

ହରଭଙ୍ଗା : ହରଭଙ୍ଗା ଥାନା ଅର୍ନ୍ତଗତ ସୁରୁଣ୍ଡି ଗ୍ରାମରେ ସାପ କାମୁଡାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗତ ଗୁରୁବାର ମଧ୍ୟାହ୍ନ ସମୟରେ ଉକ୍ତ ଗ୍ରାମର ଦଳିତ ସାହିର ଦାଶରଥି ବେହେରାଙ୍କ ଝିଅ ସୀତା ବେହେରା(୧୮) କୁକୁଡା ଘର ସଫା କରୁଥିଲେ। ସେହି ସମୟରେ ଘର ଭିତରେ ଛକି ରହିଥିବା ନାଗ ସାପଟି ସୀତାଙ୍କ ହାତକୁ କାମୁଡି ଦେଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ପରିବାରଲୋକେ ଆଠମଲ୍ଲିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ସୀତା ଦାଶରଥିଙ୍କ ୪ଝିଅ ଗୋଟିଏ ପୁଅ ମଧ୍ୟରୁ ଚତୁର୍ଥ ଝିଅ ଥିଲେ। ସେ ହରଭଙ୍ଗା ପଂଚାୟତ କଲେଜର ପାଠ ପଢୁଥିବା ବେଳେ ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ଦେଇ ସାରିଥିବା ଜଣାପଡିଛି।।ତାଙ୍କର ଏଭଳି ମୃତ୍ୟୁ ଖବର ଗରିବ ପରିବାରକୁ ମର୍ମାହତ କରିଛି। ତୁରନ୍ତ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସମାଜସେବୀ ବିଶି କେଶନ ପ୍ରଧାନ ଦାବୀ କରିଛନ୍ତି।

Comments are closed.