ଭୈରବୀ ମନ୍ଦିରର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ

ହରଭଙ୍ଗ। : ବୌଦ୍ଧ ଜିଲ୍ଲା ପୁରୁଣାକଟକ ମା’ ଭୈରବୀ ମନ୍ଦିରର ନିର୍ମାଣ କାର୍ୟ୍ୟ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହୋଇଛି । ସକାଳେ ମନ୍ଦିର ପରିସରରେ ହୋମ ଯଜ୍ଞ ଅନୁଷ୍ଠିତ ହେବା ପରେ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ କୁମାର ପ୍ରଧାନ ପ୍ରଥମ ଇଟା ନିର୍ମାଣ ମିସ୍ତ୍ରୀ ଗୋଲକ ମହାରଣାଙ୍କୁ ପ୍ରଦାନ କରିଥିଲେ । ଏହା ପରେ ବହୁ ସଂଖ୍ୟାରେ ଭକ୍ତ ଇଟା ପ୍ରଦାନ କରିଥିଲେ । ପୂଜକ ନିହାର ମିଶ୍ର ,ସତ୍ୟାନନ୍ଦ ପୁରୋହିତ ବାଳକୃଷ୍ଣ ଦେହୁରୀ ପୂଜା କାର୍ୟ୍ୟରେ ସହଯୋଗ କରିଥିଲେ । ମନ୍ଦିର କମିଟି ସମ୍ପାଦକ ସୁସେଣ ପ୍ରଧାନ , କୋଷାଧକ୍ଷ ସରୋଜ ପ୍ରଧାନ, ଉପ ସଭାପତିରସାନନ୍ଦ ସାହୁ ,ସହ ସମ୍ପାଦକ ରାମଚନ୍ଦ୍ର ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ମନ୍ଦିର କାର୍ୟ୍ୟରେ ଇଟା ଦାନ ପାଇଁ ଭକ୍ତମାନଙ୍କୁ କମିଟି ତରଫରୁ ଅନୁରୋଧ କରାଯାଇଛି । ଆସନ୍ତା ଚାରିମାସ ମଧ୍ୟରେ ମନ୍ଦିର କାର୍ୟ୍ୟ ସମ୍ପୂର୍ଣ ହେବ ବୋଲି ସଭାପତି ସୁରେନ ପ୍ରଧାନ ସୂଚନା ଦେଇଛନ୍ତି ।

Comments are closed.