ହରଭଙ୍ଗାରେ ବାଲ୍ୟବିବାହ ସଚେତନତା ପଥପ୍ରାନ୍ତ ନାଟକ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ବୀଣାପାଣି ସାହିତ୍ୟ କଳା ସଂସଦ ବୌଦ୍ଧର କଳାକାର ମାନଙ୍କ ଦ୍ବାରା ହରଭଙ୍ଗା ବ୍ଲକରେ ବିଭିନ୍ନ ସ୍ଥାନରେ ବାଲ୍ୟବିବାହ ଓ ଶିଶୁ ସୁରକ୍ଷା ସଚେତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମହାଲିକପଡ଼ା ପଞ୍ଚୟତ ଅନ୍ତର୍ଗତ ସାତଖଣ୍ଡ ଗ୍ରାମରେ ଏହି କାର୍ୟ୍ୟକ୍ରମ ଉଦଘାଟନ ହୋଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମହାଲିକ ପଡ଼ା ସରପଞ୍ଚ ମାମୁନି ବାଘ ,ସମ୍ମାନିତ ଅତିଥି ଭାବରେ ସରପଞ୍ଚ ପ୍ରତିନିଧି ସୁଶାନ୍ତ ବାଘ ଯୋଗ ଦେଇ କାର୍ୟ୍ୟକ୍ରମକୁ ପ୍ରସଂଶନିୟ ବୋଲି ମତବ୍ୟକ୍ତ କରିବା ସହ ଏହି କାର୍ୟ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଉଦଘାଟନୀ କାର୍ୟ୍ୟକ୍ରମ ସରିବା ପରେ ମହାଳିକପଡ଼ାର ଭାବପୁର, ହାତୀଗଡ଼, ନୂଆପଡ଼ା, କୁସଙ୍ଗ ପଞ୍ଚାୟତର କୁମାରୀ, ଛତ୍ରଙ୍ଗ ପଞ୍ଚାୟତର ଗୁଣ୍ଡୁରୀସାହି, ଧୁଙ୍ଗିଆମୁଣ୍ଡା , କଣ୍ଠିପଦର, ଟାଙ୍ଗୁରୁକୁମ୍ପା,ଝାରଖମଣ ଗାଁ ରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ହରଭଙ୍ଗା ବ୍ଲକର ଜାତୀୟ ଯୁବ ସ୍ବେଚ୍ଛାସେବୀ ସୁଧିର ଦୀପ ପରିଚାଳନା କରିଥିଲେ । ବୀଣାପାଣି ସାହିତ୍ୟ କଳା ସଂସଦ ବୌଦ୍ଧର କଳାକାର ଭାବେ ସୁମନ୍ତ ଭୋଇ, ଛନ୍ଦା ଚରଣ ଭୋଇ, ରୁନାଲିସା ମାଝୀ, ସୌମ୍ୟା ଦୀପ , ରାଜବୀର ଦୀପ, ଶିବମ ସାଗର, ବିରେନ୍ଦ୍ର ସାହୁ ପ୍ରମୁଖ ନାଟକ ପରିବେଷଣ କରିଥିଲେ ।

Comments are closed.