୫ଟି ବିଦ୍ୟାଳୟ ରୂପାନ୍ତରଣ ନିର୍ମାଣକାର୍ଯ୍ୟ ପାଇଁ ଭୂମିପୂଜନ

ହରଭଙ୍ଗା : ହରଭଙ୍ଗା ବ୍ଲକ ରାମଗଡ ସରକାରୀ ହାଇସ୍କୁଲର ୫ଟି ରୂପାନ୍ତରଣ ନିର୍ମାଣ କାର୍ଯ୍ୟ ପାଇଁ ଶୁକ୍ରବାର ମୋ-ସ୍କୁଲ ଅଭିଯାନ ସଭାପତି ଦୀନମଣି ଡାଙ୍ଗଙ୍କ ଦ୍ୱାରା ଭୂମିପୂଜନ କାର୍ଯ୍ୟକ୍ରମ ସମାପନ ହୋଇଛି ।ଏହି ଅବସରରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଂଚ ନରେଶ ସେଠୀ ଯୋଗଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାମଲ,ଶିକ୍ଷକ ବିଜୟ ପ୍ରଧାନ,ସ୍କୁଲ ପରିଚାଳନା କମିଟି ସଭାପତି ପ୍ରେମରାଜ ପ୍ରଧାନ,ମଦନ କୁମାର ବିଶିଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Comments are closed.