ଧଳପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅକାଳ ବିୟୋଗ

ହରଭଙ୍ଗା :  ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପି.ଇ.ଓ) ସନ୍ତୋଷ ପ୍ରଧାନ(୫୨)ଙ୍କ ଗୁରୁବାର ସକାଳେ ଅକାଳ ବିୟୋଗ ଘଟିଛି। ପୁରୁଣାକଟକ ନିକଟସ୍ଥ ରାଜିଂସ୍ଥିତ ଭଡାଘରେ ଥିବା ସମୟରେ ଆଜି ସକାଳେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ପୁରୁଣାକଟକ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମେଡିକାଲ ନେବା ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ,ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ ଗଡନାୟକ. ପିଇଓ ବିରଂଚି କାଲସାଏ ,ଜଗଦୀଶ ମଲ୍ଲିକ,ଅନନ୍ତ ବେହେରା, ଧଳପୁର ପଂଚାୟତ ସଂରପଚ ପ୍ରଣୟ ବାରିକ,ପୂର୍ବତନ ସଂରପଚ ଅମର ପ୍ରଧାନ ବ୍ଲକର ବହୁ କର୍ମଚାରୀ ଶେଷଦର୍ଶନ ପାଇଁ ପୁରୁଣାକଟକ ମେଡିକାଲ ପଂହଚିଥିଲେ। ତାଙ୍କ ମୃତଦେହ ବ୍ୟବଛେଦ ପାଇଁ ବୌଦ୍ଧ ମେଡିକାଲ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ବି.ଡି.ଓ ସୂଚନା ଦେଇଛନ୍ତି। ଶବ ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ପୁରୁଣାକଟକ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ ପାଇଁ ବୌଦ୍ଧ ମେଡିକାଲ ତାଙ୍କ ମୃତଦେହ ପଠାଇଛି। ମୃତ ପିଇଓଙ୍କ ଘର ବୌଦ୍ଧଜିଲ୍ଲା କଂଟାମାଳ ବ୍ଲକ କଳାଶୁଲିଆ ଗ୍ରାମ ବୋଲି ଜଣାପଡିଛି। ତାଙ୍କ ଘରେ ପତ୍ନୀ ଦୁଇ ଝିଅ ଅଛନ୍ତି। ବଡ ଝିଅର ବାହାଘର ସରିଥିବାବେଳେ ନିକଟରେ ତାଙ୍କର ଏକମାତ୍ର ପୁଅଙ୍କ ମୃତ୍ୟୁ ଘଟିଥିଲା। ସେ ହରଭଙ୍ଗା ବ୍ଲକରେ ଦୀର୍ଘ ୭ବର୍ଷ ହେଲା ପି.ଇ.ଓଭାବେ କାର୍ଯ୍ୟକରୁଥିଲେ। ସେ ଜଣେ ମିଷ୍ଟଭାଷୀ,ପରୋପକାରୀ,ବ୍ୟକ୍ତିଥିଲେ।ତାଙ୍କ ମୃତ୍ୟୁକୁ ନେଇ ବ୍ଲକରେ ଶୋକରଛାୟା ଖେଳିଯାଇଛି।

 

Comments are closed.