ଲଗାଣ ବର୍ଷାରେ ହରଭଙ୍ଗା ବ୍ଲକରେ ବ୍ୟାପକ କ୍ଷୟକ୍ଷତି 

ଭାଙ୍ଗିଲା ୫୦ରୁ ଅଧିକ ଘର,କାନ୍ଥ ଭୁଷୁଡି ବାଛୁରୀ ମୃତ 

ହରଭଙ୍ଗା : ଦୁଇଦିନଧରି ଲଗାଣବର୍ଷା ପ୍ରଭାବରେ ହରଭଙ୍ଗା ବ୍ଲକ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରାରମ୍ଭିକ ସୂଚନା ଅନୁସାରେ ହରଭଙ୍ଗା ତହସିଲ ଅର୍ନ୍ତଗତ ୭ଟି ରାଜସ୍ୱ ନିରିକ୍ଷକ ଅଧିନରେ ପାଖା ପାଖି ଶହେରୁ ଅଧିକ ଚାଳଘର ଭାଙ୍ଗିଥିବା ପ୍ରାଥମିକ ରିପୋର୍ଟରୁ ଆକଳନ କରାଯାଇଛି।ଅନ୍ୟପଟେ ବର୍ଷାରେ କାନ୍ଥ ଭୁଷୁଡି ଧଳପୁର ଗ୍ରାମର ଗୋବିନ୍ଦ ମହାକୁଡଙ୍କ ଗୋଟିଏ ବାଛୁରୀ ମୃତ୍ୟୂ ବରଣ କରିଥିବା ବେଳେ ଅନ୍ୟ ଏକ ବାଛୁରୀରର ଅଣ୍ଟା ଭାଙ୍ଗିଯାଇଥିବା ଖବର ହସ୍ତଗତ ହୋଇଛି। ଧଳପୁର ଆର.ଆଈ ସର୍କଲର ଖଣ୍ଡହତା ଗ୍ରାମର ରପସ ମହାନନ୍ଦିଆଙ୍କ ଚାଳ ଘର ବର୍ଷାରେ ଭାଙ୍ଗିଯାଇଥିବା ସୂଚନା ମିଳିଛି।

ସେହିପରି ଆଡେଣିଗଡ ଆର.ଆଇ ସର୍କଲର ଆଡେଣିଗଡ ଗ୍ରାମର ବୁଲା ସାହୁ,ଭିକାରୀ ଭୋଇ,କଂରଜକଟା ଗ୍ରାମର ଲଳିତ ସାହୁ,ଈଶ୍ୱର ବେହେରା ଙ୍କ ବର୍ଷାରେ ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ହରଭଙ୍ଗା ଆର.ଆଈ ସର୍କଲ ଅଧିନରେ ୨୫ଟି ଚାଳଘର ବର୍ଷାରେ ଭାଙ୍ଗିଥିବା ପ୍ରାଥମିକ ସୂଚନା ମିଳିଛି। ଘରଭଙ୍ଗା ଅଭିଯୋଗ ଆଧାରରେ ଏହାର ସରଜମିନ ତଦନ୍ତ ପରେ ସମୁଦାୟ ହରଭଙ୍ଗା ତହସିଲରେ କେତେ ଚାଳ ଘର ଭାଙ୍ଗିଛି ତାହାର ସବିଶେଷ ରିପୋର୍ଟ ମିଳିବପାରିବ ବୋଲି ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର ସୂଚନା ଦେଇଛନ୍ତି।

Comments are closed.