ସଟଡାଉନ କଟକଣା ଉଲ୍ଲଘଂନ, ତଣ୍ଡ ଗଣିଲେ ୨୮ହଜାର

ହରଭଙ୍ଗା : ହରଭଙ୍ଗା ବ୍ଲକର ବିଭିନ୍ନ ଗାଁରେ ରବିବାର ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ ମେହେରଙ୍କ ନେତୃତ୍ୱରେ ସଟଡାଉନ କଟକଣା ଉଲ୍ଲଂଘନକାରୀ ଦୋକାନଗୁଡିକରେ ଚଢଉ କରି ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ସାରା ରାଜ୍ୟରେ ଶନିବାର/ରବିବାର ସଟଡାଉନ କଟକଣା ବଳବତର ରହିଛି। କଟକଣା ସତ୍ୱେ ବ୍ଲକର ତୁକୁଲୁଣ୍ଡା, କଂରଜକଟା, ତିଲେଶ୍ୱର, ସାମ୍ପୋଚ, ଶ୍ୟାମସୁନ୍ଦରପୁର ଭଳି ବିଭିନ୍ନ ସ୍ଥାନରେ କେତେକ ଅମାନିଆ ଦୋକାନୀ ଦୋକାନ ଖୋଲିଥିବା ବେଳେ ପ୍ରଶାସନିକ ଟିମ ଏବଂ ପୁଲିସ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା। ଅମାନିଆ ଦୋକାନୀଙ୍କଠାରୁ ୨୮ହଜାର ଟଙ୍କା ତଣ୍ଡ ଆଦାୟ କରାଯାଇଥିବା ଜଣାପଡିଛି।ଆଜି ଚଢଉ ବେଳେ ଉପଜିଲ୍ଲାପାଳଙ୍କ ସହିତ ହରଭଙ୍ଗା ତହସିଲଦାର ଶମ୍ଭୁପ୍ରସାଦ ମିଶ୍ର, ଅତିରିକ୍ତ ତହସିଲଦାର ହରିଓମ ଭୋଇ ଅନ୍ୟାନ୍ୟ ପୁଲିସ କର୍ମଚାରୀ ସାମିଲ ଥିଲେ।

Comments are closed.