ପରିତ୍ୟକ୍ତ କୂଅରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ହରଭଙ୍ଗା: ବୌଦ୍ଧ ଜିଲାରେ ପୁଣି ଶିଶୁପୁତ୍ର ଅଲୋଡା ଦୃଶ୍ୟ ନଜରକୁ ଆସିଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ରବିବାର ସକାଳେ ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ ପଂଚାୟତ ଭଗାମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଭଗାମୁଣ୍ଡା ଗ୍ରାମର ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଗୋଟିଏ ନବଜାତ ଶିଶୁର ମୃତଦେହ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ। ଖବରପାଇ ଘଟଣାସ୍ଥଳରେ ହରଭଙ୍ଗା ଅଗ୍ନିଶମ ବିଭାଗ , ହରଭଙ୍ଗା ଆଇ.ଆଇ.ସି ସୁବାଷ ରାୟଗୁରୁ ଏବଂ ହରଭଙ୍ଗା ବି.ଡି.ଓ ତଥା ମାଜିଷ୍ଟ୍ରେଟ ନୀଳକଣ୍ଠ ବେହେରା ଘଟଣାସ୍ଥଳରେ ପଂହଚିଥିଲେ। ସେମାନଙ୍କ ଉପସ୍ଥିତିରେ କୂଅରୁ ଅଗ୍ନିଶମ ବିଭାଗ ନବଜାତ ଶିଶୁର ମୃତଦେହ ଉଦ୍ଧାର କରିଥିଲା। ଉଦ୍ଧାରପରେ ମୃତଦେହଟି ଗୋଟିଏ ନବଜାତ ଶିଶୁପୁତ୍ରର ମୃତଦେହ ବୋଲି ଜଣାପଡିଛି। ହରଭଙ୍ଗା ପୁଲିସ ଶିଶୁପୁତ୍ରର ମୃତଦେହ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ବୌଦ୍ଧ ପଠାଇଛି। କିଏ , କାହିଁକି ଏଭଳି ଗୋଟିଏ ନବଜାତ ଶିଶୁପୁତ୍ରକୁ ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଫୋପାଡିଥିଲା ତାକୁ ନେଇ ହରଭଙ୍ଗା ପୁଲିସ ଘଟଣାର ଛାନଭିନ ଚଳାଇଛି।

Comments are closed.