ବେଆଇନ ବାଲି ଡିପୋ ଉପରେ ଚଢଉ, ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ

ହରଭଙ୍ଗା: ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ହରଭଙ୍ଗା ତହସିଲ ପକ୍ଷରୁ ବାଇଶିପଡା ଏବଂ କାଲେଶ୍ୱର ଅଂଚଳରେ ୪ଟି ବେଆଈନ ବାଲି ଡିପୋ ଉପରେ ଚଢଉ କରାଯାଇ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି।ସୂଚନା ମତେ ଶୁକ୍ରବାର ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଂଜନ ନାଏକଙ୍କ ନେତୃତ୍ୱରେ ହରଭଙ୍ଗା ଆର.ଆଇ ସର୍କଲର ବାଈଶିପଡାଠାରେଥିବା ଶରତ ବେହେରାଙ୍କ ଏକ ବେଆଈନ ବାଲି ଡିପୋ ଉପରେ ଚଢଉ କରାଯାଇ ୧ଲକ୍ଷ ୬୦ହଜାରଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ସରସରା ଆର.ଆଇ ସର୍କଲର କାଲେଶ୍ୱର ଅଂଚଳରେ ତିନୋଟି ବେଆଈନ ବାଲି ଡିପୋ ଉପରେ ଚଢଉ କରାଯାଇ ସନ୍ତୋଷ କୁମାର ନାୟକ ୨ଲକ୍ଷ୩୧ହଜାର୫ଶହ,ରବିନ୍ଦ୍ରନାଥ ସାହୁୁ ୧ଲକ୍ଷ ୧୫ହଜାର୭୫୦ ଏବଂ କୋଡଦାନନ୍ଦ ପ୍ରଧାନଙ୍କଠାରୁ ୧ଲକ୍ଷ ୧୦ହଜାର୫ଶହଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 

ଚଢଉସମୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର,ଅତିରିକ୍ତ ତହସିଲଦାର ହରିଓମ ଭୋଇ ସମେତ ସବୁ ରାଜସ୍ୱ ନିରିକ୍ଷକ ଉପସ୍ଥିତ ଥିଲେ।ରାଜସ୍ୱବିଭାଗ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ବେଆଈନ ବାଲି ଡିପୋ ଉପରେ ନିୟମିତ ଚଢଉ ଘଟଣା ସଂପୃକ୍ତ ବାଲି ଚୋରା ଚାଲାଣକାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି କରିଛି।ଆଗକୁ ଏଭଳି ବେଆଇନ ବାଲି ଡିପୋ ଉପରେ ଚଢଉ ଜାରି ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ସୂଚନା ଦେଇଛନ୍ତି।

Comments are closed.