ଚାରିଛକ କାରଗିଲ ବସ୍ତିରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ

ହରଭଙ୍ଗା: ହରଭଙ୍ଗା ବ୍ଲକ ସଦରମହକୁମା ବାଣୀଭୂଷଣପୁର ପଂଚାୟତର ୪ନଂ ଓାର୍ଡଅର୍ନ୍ତଗତ ଚାରିଛକସ୍ଥିତ କାରଗିଲ ବସ୍ତିରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ସ୍ଥାନୀୟ ବସ୍ତିବାସିନ୍ଦା କାଦୁଅ ପଚ ପଚ ରାସ୍ତାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ ଚାରିଛକ କାରଗିଲ ବସ୍ତିରେ ୨୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ସାହିକୁ ଭଲ ନିତିଦିନିଆ ରାସ୍ତା ଖଣ୍ଡିଏ ନଥିବା ବେଳେ ପୁଣି ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଫଳରେ ବର୍ଷାପାଣି ଘରର ନର୍ଦ୍ଦମା ପାଣି ରାସ୍ତା ଉପରେ ଜମା ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି।

ଏହା ସହିତ ନର୍ଦ୍ଦମା ପାଣି ମାଡି ଲୋକେ ଯିବାଆସିବାକୁ ବାଧ୍ୟ ହେଉଛନ୍ତି।ତୁରନ୍ତ ଏ ଦିଗରେ ବ୍ଲକ ପ୍ରଶାସନ, ପଂଚାୟତ କତୃପକ୍ଷ ଦୃଷ୍ଟି ଦେବାକୁ ବସ୍ତି ବାସିନ୍ଦା ରମେଶ ଚନ୍ଦ୍ର ଜେନା, ସୁଧାକର ଜେଠୀ, ସତ୍ୟବାଦୀ ରାଉତ୍‍, ପ୍ରମୋଦ ସାହୁ, ନାରାୟଣ ପାତ୍ର ପ୍ରମୁଖ ଦାବୀ କରିଛନ୍ତି।

Comments are closed.